ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

add-all

ଭୁବନେଶ୍ୱର: ଶ୍ରୀମନ୍ଦିର ଚତୁର୍ପାଶ୍ୱର୍ରେ ଅବୈଧ ଖନନ ଓ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ଦାବି କରିବା ସହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ସୂଚନା ଦେଇଛି। ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ସଂଯୋଜକ ବିନୟ କୁମାର ଭୁୟାଁ ଆଜି ଏକ ସାମ୍ବାଦିକ ସମ୍ମିଳନାରେ ସୂଚନା ଦେଇ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ପରିଚୟ ଓ ପରମ ଆରାଧ୍ୟ।

ଶ୍ରୀମନ୍ଦିର ହେଉଛି ସମଗ୍ର ହିନ୍ଦୁ ସମାଜର ଆସ୍ଥା, ବିଶ୍ୱାସ ଓ ସଂସ୍କୃତିର ପ୍ରାଣ କେନ୍ଦ୍ର। ଚାରିଧାମ ମଧ୍ୟରେ ଶ୍ରେଷ୍ଠ ଧାମ ଶ୍ରୀକ୍ଷେତ୍ର ପୁରୀ। ୧୦୦୦ ବର୍ଷରୁ ଊର୍ଦ୍ଧ୍ବ ପ୍ରାଚୀନ ଐତିହ୍ୟ ସମ୍ପନ୍ନ କୀର୍ତି ମନ୍ଦିର ଆମ ଓଡ଼ିଆଙ୍କ ଗର୍ବ ଓ ଗୌରବ।

ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଚତୁର୍ପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ସମସ୍ତ ପ୍ରକାର ଖନନ ଓ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଅବୈଧ, ଅନୈତିକ ତଥା ଅପରିଣାମଦର୍ଶୀ। ସେ କହିଛନ୍ତି ଯେ ଆଇନ୍‍ଅନୁଯାୟୀ ନିଷିଦ୍ଧ ଅଂଚଳରେ ସ୍ଥାୟୀ ବୃହତ ନିର୍ମାଣ ସମ୍ପୂର୍ଣ୍ଣ ନିଷିଦ୍ଧ ଏବଂ ଏହା କେବଳ ଏଏସଆଇର ପରାମର୍ଶ ଅନୁଯାୟୀ ସଂଭବ।

ଅଭିଯାନର ସଂଯୋଜକ କହିଛନ୍ତି, ବେଆଇନ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ପାଇଁ ଖୁବ୍‍ ଶୀଘ୍ର ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରାଯିବା ସହ ସାରା ରାଜ୍ୟରେ ବ୍ଲକସ୍ତରରୁ ଗଣଧାରଣା, ବୁଦ୍ଧିଜୀବୀ ସଂଗୋଷ୍ଠୀ, ସନ୍ଥ ସମ୍ମିଳନୀ, ମାତୃଶକ୍ତି ଜାଗରଣଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ କରାଯିବ।

ad-week
Leave A Reply

Your email address will not be published.