ଝିଅ ବାହାଘର ବେଳେ ମାଆକୁ ନିର୍ମମ ହତ୍ୟା

add-all

ବରଗଡ଼: ଝିଅ ବାହାଘର ଚାଲିଥିବା ବେଳେ ମାଆକୁ ନିର୍ମମ ହତ୍ୟା ଅଭିଯୋଗ। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଝିଅ ବାହାଘର ଚାଲିଥିବା ସମୟରେ ମା’ଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ମହିଳା ହେଲେ ଆଶାକର୍ମୀ କିଶୋରୀ ତାଣ୍ଡି । ହତ୍ୟାକାଣ୍ଡରେ ତାଙ୍କ ଦୁଇ ଜଣ ସମ୍ପର୍କୀୟଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି ।

ଝିଅ ବାହାଘର ପାଇଁ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା। ଏହି ସମୟରେ ମୃତ ମହିଳା ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପର୍କୀୟ ଜଣକ ଏକ ଟାଙ୍ଗିଆରେ ଆକ୍ରମଣ କରି କିଶୋରୀଙ୍କ ମୁଣ୍ଡକୁ ଆଘାତ କରିଥିଲେ।

ମହିଳାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ୨ଜଣଙ୍କୁ ଥାନାକୁ ଆଣି ଏ ନେଇ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ପଦ୍ମପୁର ଏସଡିପିଓ ।

ad-week
Leave A Reply

Your email address will not be published.