ଆସନ୍ତା ୨୧ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ

add-all

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ଦଶମ ଶ୍ରେଣୀ ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ। ଏ ନେଇ ବୋର୍ଡ଼ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି। ବୋର୍ଡ଼ର ଉପସଭାପତିଙ୍କ କହିବା ଅନୁଯାୟୀ, ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ।

ଏଥିପାଇଁ ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକମାନେ ଯୋଗଦେବେ। ୧୦ରୁ ୧୨ ଦିନ ପର୍ଯ୍ଯନ୍ତ ଖାତା ଦେଖା ଚାଲିବ। ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକଙ୍କ ସହ ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣ ସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି। ଖାତା ଦେଖା ପରେ ମାର୍କ ଅପଲୋଡ୍ କାର୍ଯ୍ଯ କରାଯିବ।

ad-week
Leave A Reply

Your email address will not be published.