ନ୍ୟାୟ ଦାବିରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପରେ ଆତ୍ମାହୁତି ଉଦ୍ୟମ

add-all

ଭଦ୍ରକ: ନ୍ୟାୟ ଦାବିରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କଲେ ଅଗ୍ନିବିପନ୍ନ ପରିବାର। ଗତ ଏପ୍ରିଲ ମାସ ୧୪ ତାରିଖ ଦିନ ଭଦ୍ରକ ଗବସାହିର ସୁଦର୍ଶନ ଦାସଙ୍କ ଘର ପୋଡି ପାଉଁଶ ହୋଇଯାଇଥିଲା। ପଡୋଶୀ ଘର ଲୋକେ ତାଙ୍କ ଘରେ ନିଆଁ ଲଗାଇଦେଇଥିବା ସୁଦର୍ଶନ ଅଭିଯୋଗ କରିଥିଲେ। ହେଲେ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ସୁଦର୍ଶନଙ୍କ ପରିବାର ଲୋକଙ୍କୁ ଆଜି ଥାନାକୁ ଡାକି ତାଙ୍କ ପୁଅକୁ ଗିରଫ କରିଛି।

ତେବେ ଟାଉନ ଥାନା ପୋଲିସ ପୁଅକୁ ଗିରଫ କରିବା ପରେ ସୁଦର୍ଶନଙ୍କ ପରିବାର ଲୋକେ ପ୍ରଥମେ ଥାନା ଆଗରେ ଧାରଣା ଦେଇଥିଲେ। ପରେ ସୁଦର୍ଶନଙ୍କ ପରିବାର ଏସପିଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ। ଏବେ ନ୍ୟାୟ ଦାବିରେ ପରିବାର ଲୋକେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଭଦ୍ରକ ପୋଲିସ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି।

ad-week
Leave A Reply

Your email address will not be published.