ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି

add-all

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ୨୩୬ ସିସିଟିଭି କ୍ୟାମେରା ଲାଗିବ। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି କ୍ୟାମେରା। ଆଜି ସିସିଟିଭି ଲାଗିବା ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ବିଭିନ୍ନ ଜାଗାରେ ସିସିଟିଭି ଲାଗିବା ନେଇ ସ୍ଥାନ ଚିହ୍ନଟ ହୋଇଛି, ଟେଣ୍ଡର ବି ଆହ୍ବାନ ହୋଇସାରିଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ, ରଥଯାତ୍ରା ପୂର୍ବରୁ କାମ ସରିବ ବୋଲି ସେ ପ୍ରକାଶ କରିଛନ୍ତି।

ରଥ ନିର୍ମାଣ ସମ୍ପର୍କରେ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି ଯେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଗତକାଲି ୧୩୨ଜଣ ମହାରଣା ଓ ଭୋଇ ସେବକ କାମ କରୁଥିଲେ। ଆଜି ରଥ ନିର୍ମାଣକାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି କରାଯାଇଛି। ମହାରଣା ଓ ଭୋଇ ସେବାୟତମାନେ ୨ଟି ସିଫ୍ଟରେ କାମ କରୁଛନ୍ତି। ଶ୍ରୀଜୀଉଙ୍କ ୩ଟି ରଥ ନିର୍ମାଣ କାମ ଆଗୁଆ ସାରିବାକୁ ଆମର ଲକ୍ଷ୍ୟ ରହିଛି। କୋଭିଡ ସ୍ଥିତି ଉପୁଜିଲେ ଯେମିତି ଅସୁବିଧା ନ ହେବ , ତା ଉପରେ ନଜର ରହିଛି ବୋଲି ପୁରୀ ଜିଲାପାଳ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.