ପୁରୀରୁ ୩ କୋଟିର ବ୍ରାଉନସୁଗାର ଜବତ, ୩ ଗିରଫ

add-all

ପୁରୀ : ପୁରୀ ମଙ୍ଗଳାଘାଟ ଛକରୁ ୩ କୋଟି ଟଙ୍କାର ୩ କେଜି ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ କଣାସ ଥାନା ଅନ୍ତର୍ଗତ କେଶରପୁର ଗ୍ରାମର ଲଣ୍ଡା ଓରଫ ପଟନାୟକ, ରାଜକିଶୋର ସାହୁ ଓରଫ ରାଜୁ ଏବଂ ମାନସ ସାହୁ ଓରଫ ଗୁଣ୍ଠା ଗିରଫ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। କିଙ୍ଗପିନ ନଣ୍ଡାକୁ ୩ ଦିନିଆ ରିମାଣ୍ଡରେ ଅଣାଯିବ।ଏବେ ବି ଡିଏସପିଙ୍କ ନେତୃତ୍ରରେ ୩ ଟି ଟିମ୍ ଚଢ଼ାଉ କରୁଛନ୍ତି।

ଗିରଫ ଅଭିଯୁକ୍ତଙ୍କଠାରୁ ୩.୧୯୨ କେ.ଜି ବ୍ରାଉନସୁଗାର୍,୨୦ ହଜାର ଟଙ୍କା,୪ଟି ମୋବାଇଲ, ଗୋଟିଏ କାର,ଟଙ୍କା ଗଣତି ମେସିନ ଜବତ ହୋଇଛି। ଏମାନେ ଆନ୍ତଃ ରାଜ୍ୟ ବ୍ରାଉନସୁଗାର୍ ଗ୍ୟାଙ୍ଗ ବୋଲି ଏସପି କହିଛନ୍ତି।

ad-week
Leave A Reply

Your email address will not be published.