ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

add-all

ଅନୁଗୁଳ : ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ନିଜର ପୈତୃକ ଗାଁ କଣିହାଁ ନାଲମକୁ ଯାଇଛନ୍ତି । ସେଠାରେ ନିଜର ସପରିବାର ଏବଂ ଗାଁଲୋକଙ୍କ ସହ କୂଳ ଦେବତା ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସେହିପରି କିଭଳି ଭାବେ ପରିବାରରେ ଶାନ୍ତି ଏବଂ ଗାଁର ଉନ୍ନତି ହେବ ।

ସେଥିପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି। ଏହାପରେ ନାମ ସଂକୀର୍ତ୍ତନ ହେବା ସହ ଆଖପାଖର ଗାଁର ବିକାଶ ପାଇଁ ଲୋକମାନଙ୍କ ସହ କିଛି ସମୟ ଆଲୋଚନା କରିଛନ୍ତି। ବାଟରେ ଯିବା ବେଳେ କଣିହାଁ ପ୍ରଜାମଣ୍ଡଳରେ କିଛି ସମୟ ବିତାଇବା ସହ ଗାନ୍ଧିଜୀ , ଗୋପବନ୍ଧୁ ଏବଂ ସ୍ବାଧୀନତା ସଂଗ୍ରାମୀ ପବିତ୍ର ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରେ ଆଜି ତାଙ୍କର ନିଜସ୍ଵ ଘର ତାଳଚେର ଦିନଦୟାଲ ନଗର ଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରବିବାର ଦିନ ଢେଙ୍କାନାଳ ସାନନ୍ଦାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ad-week
Leave A Reply

Your email address will not be published.