ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛି ‘ଦି କଶ୍ମୀର ଫାଇଲସ୍‌’: ଫାରୁକ ଅବଦ୍ଦୁଲା

ଜମ୍ମୁ: ଜମ୍ମୁ-କଶ୍ମୀରେ ଲଗାତାର କଶ୍ମୀର ପଣ୍ଡିତଙ୍କ ଉପରକୁ ହେଉଥିବା ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା। ସେ କହିଛନ୍ତି ଯେ, ‘ଦି କଶ୍ମୀର ଫାଇଲସ୍‌’ ଭଳି ସିନେମା ବନ୍ଦ ହବା ଉଚିତ୍‌। କାରଣ ଏହି ସିନେମା ଉଭୟ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛି। ସାରା ଦେଶରେ ଏହି ସିନେମା ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିଛି। ତେଣୁ ଏହି ସିନେମା ବନ୍ଦ ହେବା ଉଚିତ। ନିକଟରେ ବୁଡ଼ଗାମରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ଜମ୍ମୁ-କଶ୍ମୀରରେ ଉତ୍ତେଜନା ଲାଗି ରହିଛି ।
ଜମ୍ମୁ-କଶ୍ମୀରରେ ଆଇନ ଶୃଙ୍ଖଳାକୁ ନେଇ ଆମେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିଛୁ। ଏହି ସାକ୍ଷାତକାରରେ ମୁଁ ତାଙ୍କୁ କହିଛି ଯେ, ‘ଦି କଶ୍ମୀର ଫାଇଲସ୍‌’ ସିନେମା ପାଇଁ ସମଗ୍ର ଦେଶରେ ଘୃଣା ବ୍ୟାପୁଛି। ଜଣେ ହିନ୍ଦୁଙ୍କୁ ମାରି ଜଣେ ମୁସଲିମ କଣ ତାରି ରକ୍ତକୁ ବିଧବା ସ୍ତ୍ରୀକୁ ଦେବା ସମ୍ଭବ କି ? ତାହା ହିଁ ଏହି ଫିଲ୍ମରେ ଦର୍ଶାଯାଇଛି। ତେଣୁ ଏହି ଫିଲ୍ମକୁ ବାରଣ କରାଯିବା ଉଚିତ।
ଗଣମାଧ୍ୟମ ମଧ୍ୟ ସାମ୍ପ୍ରଦାୟକି ଘୃଣା ବଢ଼ାଉଛି। ଏଥିରେ ରୋକ ଲାଗିବା ଉଚିତ ବୋଲି ଫାରୁକ ଅବଦ୍ଦୁଲା କହିଛନ୍ତି। ଏହି ଫିଲ୍ମରେ ଏମିତି ଚିତ୍ର ଦର୍ଶାଯାଇଛି ଯାହା ସାରା ଦେଶରେ ମୁସଲିମମାନଙ୍କୁ ଉସାକାଉଛି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.