ଚିଦାମ୍ବରମ ଲିଙ୍କ୍‌ରେ ଝାରସୁଗୁଡାରେ ସିବିଆଇ ଯାଞ୍ଚ

add-all

ଝାରସୁଗୁଡା: ପି. ଚିଦାମ୍ବରମ ୨୦୧୦ରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ବେଳେ ତାଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୀନର ସେପକୋ କମ୍ପାନୀର ୨୫୦ ଅଧିକାରୀଙ୍କୁ ବେଆଇନ ଭାବେ ଭାରତୀୟ ଭିସା ଦେବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଜି କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ କାର୍ଯ୍ୟାଳୟ ଓ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ଥିବା କାର୍ଯ୍ୟାଳୟ ଓ ଘରେ ଚଢାଉ ହେବା ସହ ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ କାର୍ତ୍ତିଙ୍କ ଲିଙ୍କ୍‌ରେ ଚଢାଉ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡା ସମେତ ଦେଶର ମୋଟ୍ ୧୦ ସ୍ଥାନରେ ସିବିଆଇ ଚଢାଉ କରିଛି। ମଙ୍ଗଳବାର ସକାଳୁ ଝାରସୁଗୁଡା ବେଦାନ୍ତ ପରିସରସ୍ଥିତ ବାହ୍ୟ ନିଯୁକ୍ତି ସଂସ୍ଥା ସେପକୋ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀ ଯାଞ୍ଚ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.