ନବମ ପରୀକ୍ଷାକୁ ମଧ୍ୟ ଆସିଲେନି ୧୫ ହଜାର ଛାତ୍ରଛାତ୍ରୀ, ଆବସେଣ୍ଟର ସମୀକ୍ଷା ହେବ-ମନ୍ତ୍ରୀ

add-all

ଭୁବନେଶ୍ୱର: ନବମ ଶ୍ରେଣୀ ପିଲାଙ୍କର ପରୀକ୍ଷାରେ ଉପସ୍ଥାନ ହାର ଗଣଶିକ୍ଷା ବିଭାଗର ମୁଣ୍ଡ ବ୍ୟଥା ବଢ଼଼ାଇଇଛି। ନବମ ଶ୍ରେଣୀରେ ମଧ୍ୟ ପାଖାପାଖି ୧୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ବିଏସଇ) ବୋର୍ଡ଼ ଦର୍ଶାଇଛି। ମାତ୍ର ବୋର୍ଡ଼ ଦର୍ଶାଇଥିବା ତଥ୍ୟ ଅନୁଯାୟୀ ନବମ ଶ୍ରେଣୀରେ ଏଚଏସସିର ୧୪,୯୩୫ ଓ ମଧ୍ୟମାର ୧୨୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନାହାନ୍ତି।

୧୫ ହଜାର ନବମ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଲେନି , ସମୀକ୍ଷା ହେବ । ସମୀକ୍ଷା ହେବା ନେଇ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସମ୍ପୃକ୍ତ ପିଲାଙ୍କ ଅଭିଭାବକ ଙ୍କ ସହ ଆଲୋଚନା ହେବ କହିଲେ ମନ୍ତ୍ରୀ । ଅଭିଭାବକ ମାନଙ୍କ ସହ ଆଲୋଚନା କରି ସ୍କୁଲ କୁ ଆଣିବା ବ୍ୟବସ୍ଥା ହେବ । ଡ୍ରପ ଆଉଟ ପିଲାଙ୍କୁ ସ୍କୁଲ କୁ ଆଣିବାକୁ ସବୁ ସ୍ତରରେ ଉଦ୍ୟମ ହେବ କହିଲେ ମନ୍ତ୍ରୀ ।

ad-week
Leave A Reply

Your email address will not be published.