ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନୀଲ ବୈଜଲ

add-all

ନୂଆଦିଲ୍ଲୀ: ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ଡିସେମ୍ବର ୩୧, ୨୦୧୬ରେ ପୂର୍ବତନ ଆଇଏଏସ ଅଧିକାରୀ ବୈଜଲଙ୍କୁ ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ସେ ନଜୀବ ଜଙ୍ଗଙ୍କ ସ୍ଥାନ ନେଇଥିଲେ।

ଦୀର୍ଘ ଦିନ ହେଲା ଦିଲ୍ଲୀର କ୍ଷମତାସୀନ ଆପ ସରକାରଙ୍କ ସହ ତାଙ୍କର ବିବାଦ ଚାଲିଥିଲା। ବୈଜଲ ହେଉଛନ୍ତି ୧୯୬୯ ମସିହା ବ୍ୟାଚ୍‌ର ଆଇଏଏସ ଅଫିସର। ଉପ ରାଜ୍ୟପାଳ ହେବା ପୂର୍ବରୁ ସେ ଦିଲ୍ଲୀ ଡେଭଲପମେଣ୍ଟ ଅଥୋରିଟୀ(ଡିଡିଏ)ର ଉପାଧ୍ୟକ୍ଷ ରହିଥିଲେ।

ad-week
Leave A Reply

Your email address will not be published.