ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍‌ସି ମେୟର ସୁଲୋଚନା ଦାସ

add-all

ଭୁବନେଶ୍ଵର: ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ । ଭୁବନେଶ୍ଵର ସହିଦନଗର ମୈତ୍ରୀ ଯୋଗାଣ ଷ୍ଟୋରରେ ଉତ୍ତେଜନା । ଅଭିଯୋଗ ପରେ ବିଏମ୍‌ସି ମେୟର ସୁଲୋଚନା ଦାସ ସ୍ପଟ୍ ଯାଞ୍ଚ୍ କରିବା ସହିତ ଯେପରି ସୁଚାର ରୂପରେ ରାସନ ସାମଗ୍ରୀ ବଣ୍ଟା ଯାଇ ପାରିବ ନିର୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ଭୁବନେଶ୍ଵର ସହିଦନଗର ମୈତ୍ରୀ ଯୋଗାଣ ଷ୍ଟୋରରେ ରାସନ ସାମଗ୍ରୀ ମହଜୁଦ ଥାଇ ମଧ୍ୟ ହିତାଧିକାରୀଙ୍କୁ ବଣ୍ଟା ଯାଉନାହିଁ ।

ରାତିରୁ ଲାଇନ୍‌ରେ ଠିଆ ହେଲେ ମଧ୍ୟ ସାମଗ୍ରୀ ମିଳୁ ନାହିଁ । ଫଳରେ ମୈତ୍ରୀ ଯୋଗାଣ ଷ୍ଟୋରରେ ଉତ୍ତେଜନା ସୃଷ୍ଟି ହୋଇଛି। ଯାହାକୁ ନେଇ ଆଜି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପହଁଚି ସ୍ଥିତି ସମୀକ୍ଷା କରିବା ସହିତ ଯେପରି ସୁଚାର ରୂପରେ ରାସନ ସାମଗ୍ରୀ ବଣ୍ଟା ଯାଇ ପାରିବ ନିର୍ଦେଶ ଦେଇଛନ୍ତି। ତେବେ ଏହା ନୂଆ କଥା ନୁହେଁ ପୂର୍ବରୁ ମଧ୍ୟ ଏଭଳି ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ad-week
Leave A Reply

Your email address will not be published.