ତେଜୁଛି ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆମରଣ ଅନଶନରେ ଜଳମାନବ

add-all

ଝାରସୁଗୁଡ଼ା: ପୁଣି ତେଜିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ(Save Mahanadi Campaign) । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି ଭାରତର ଜଳ ମାନବ ଭାବେ ପରିଚିତ ଡକ୍ଟର ରାଜେନ୍ଦ୍ର ସିଂ । ତୁରନ୍ତ ଛତିଶଗଡ ସରକାର କଲମାର ପାଞ୍ଚ ଗୋଟି ଗେଟ ଖୋଲିବା ପାଇଁ ଦାବି କରିବା ସହିତ ମହାନଦୀର ସୁରକ୍ଷା ପାଇଁ ଓଡିଶା ସରକାର ଚରମ ଅବହେଳାକୁ ସେ କଠୋର ଭାଷାରେ ସମାଲୋଚନା କରିଛନ୍ତି ।

ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ମହାନଦୀର ପୁନଃରୁଦ୍ଧାର କରିବା ନିମନ୍ତେ ଆଲୋଚନା କରନ୍ତୁ ବୋଲି ଝାରସୁଗୁଡା ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜଳ ମାନବ ରାଜେନ୍ଦ୍ର ସିଂହ । ଡଃ ରାଜେନ୍ଦ୍ର ସିଂହଙ୍କ ସହ ମହାନଦୀ ବଞ୍ଚାଓ ଆନ୍ଦୋଳନର ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ ମଧ୍ୟ ଆମରଣ ଅନଶନ ଆରମ୍ଭ କରିଛନ୍ତି ।

ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଥିଲେ ଯେ,”କଲମା ପାଖରେ ଛତିଶଗଡ ତଣ୍ଟି ଚିପିଲା ଓ ଶୁଖାସୋଡ଼ା ପାଖେ ଓଡିଶା ସରକାର ମହାନଦୀକୁ ହତ୍ୟା କଲା । ଏହାକୁ ବିରୋଧ କରି ଭୁବନେଶ୍ୱର ଲୋୟାର ପିଏମଜି ଠାରେ ସତ୍ୟାଗ୍ରହ କରାଯିବ ।” ଏହି ମହାନଦୀ ଯାତ୍ରାରେ ନରେନ୍ଦ୍ର ଚୂଗ, ବିନୋଦ ବୁଢଙ୍କର, ଅଶୋକ ଠକ୍କର, ସରୋଜିନୀ ଦାସ, ଗଦାଧର ପ୍ରଧାନ, ଅକ୍ଷୟ ଜେନା, ପ୍ରତାପ ପଢି, ଗୌତମ ଜେନା ପ୍ରମୁଖ ଯୋଗଦାନ କରିଥିଲେ l

ad-week
Leave A Reply

Your email address will not be published.