ମେଡିକାଲ କଲେଜ ସିଟ୍ ଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ : ୨ ଆନ୍ତଃରାଜ୍ୟ ଠକ ଗିରଫ

add-all

ଭୁବନେଶ୍ୱର: ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରତିଶ୍ରୁତି ଦେଇ ୩୦ ଲକ୍ଷ ଟଙ୍କା ଠକି ଥିବା ୨ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଦୁଇ ଜଣ ହେଲେ ବିହାରର ଅଭିମନ୍ୟୁ କୁମାର ସିଂହ ଓ କୋଲକାତାର ସୁବୋଧ ଚୌଧୁରୀ।

ସୂଚନା ଅନୁଯାୟୀ, ଏକ ଘରୋଇ ମେଡିକାଲ୍ କଲେଜରେ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାର ବ୍ୟବସ୍ଥା କରାଇଦେବେ ବୋଲି କହି ପଲ୍ଲବୀ ସାହା ନାମକ ଜଣେ ଛାତ୍ରୀଙ୍କଠାରୁ ସେମାନେ ୩୦ ଲକ୍ଷ ଟଙ୍କା ନେଇଥିଲେ।

ହେଲେ ପରେ ସେଦୁହେଁ ଛାତ୍ରୀଙ୍କୁ ଧରାଛୁଆଁ ଦେଇ ନଥିଲେ। ଏହାପରେ ବାଧ୍ୟ ହୋଇ ଛାତ୍ରୀଜଣକ ମେ ୫ରେ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ଅଭିମନ୍ୟୁଙ୍କୁ ପାଟଣାରୁ ଓ ସୁବୋଧଙ୍କୁ କୋଲକତାରୁ ଗିରଫ କରିଛି। ସେମାନେ ସବୁବେଳେ ଛଦ୍ମ ନାମ ଅମିତ ବାନାର୍ଜୀ ଓ ବିକାଶ ରଞ୍ଜନ ନାଁରେ କାରବାର କରୁଥିଲେ।

ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ପାଖରୁ ୧୧ ଲକ୍ଷ ଜବତ ହୋଇଛି । ୧୦ ବର୍ଷ ହେଲାଣି ଦୁଇ ଠକ ଲୋକଙ୍କୁ ଠକୁଥିବା ନେଇ ଜଣାପଡୁଛି । ମେଡ଼ିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ପ୍ରାର୍ଥୀଙ୍କୁ ଯୋଗାଯୋଗ କରୁଥିଲେ । ପ୍ରାଙ୍କ କଲ ଆପ ଜରିଆରେ ସେମାନେ ଫୋନ କରୁଥିଲେ ।

ପ୍ରାଙ୍କ କଲ ଆପରେ କଲ କଲେ ଟ୍ରୁ କଲରେ କୌଣସି ନାଁ ଆସୁ ନଥିଲା । ଫେକ ଅଧାର କାର୍ଡ଼ ଓ କାଗଜପତ୍ର ବ୍ୟବହାର କରି ଠକମାନେ ହୋଟେଲ ଓ ଫ୍ଲାଇଟ ରେ ଆସୁଥିଲେ। ତେବେ ଏହି ଠକମାନେ ବିଭିନ୍ନ ରାଜ୍ୟରେ ଠକିଥିବା ନେଇ ଅଭିଯୋଗ ହୋଇଛି । ରିମାଣ୍ଡରେ ଆଣି ଜେରା କରାଯିବା ପରେ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି ।

ad-week
Leave A Reply

Your email address will not be published.