ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ରାତିଅଧିଆ ଜିପିଆର୍‌ ସର୍ଭେ

add-all

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରି ପାଖରେ ବିନା GPRS ସର୍ଭେରେ ସରକାର ଖନନ କରୁଥିବାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ତେବେ ଗତ କାଲି ରାତି ଅଧିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଂଚଳରେ ହୋଇଛି ଜିପିଆର ସର୍ଭେ। ଓବିସିସି ଚିଠି କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡ଼ିଛି।

ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣ କାକୁଡ଼ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ୍ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାର ମଠ ଜାଗାରେ ମଧ୍ୟ ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା।

ଖୋଳତାଡ଼ ଓ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହା ଜିପିଆର ସର୍ଭେ ବୋଲି ଜଣାପଡ଼ିଥିଲା। ଯେଉଁ ମେସିନ୍ ଦ୍ୱାରା ସର୍ଭେ କରାଯାଉଥିଲା ଜିପିଆରଏସ୍ ମେସିନ୍ ବୋଲି ଜଣାପଡ଼ିଥିଲା। ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଏହି ସର୍ଭେ କରାଯାଉଛି। ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନ ଭିତରେ ସର୍ଭେ କରି ଦେବାକୁ କହିଥିଲା। ରାତିରେ ଏହି ସର୍ଭେ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ଏହାରି ଭିତରେ ଦୁଇ ଦିନ ସର୍ଭେ କାମ ସରିଛି। ବାକି ଦୁଇ ଦିନ ସର୍ଭେ ପରେ ରିପୋର୍ଟ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ହାଇକୋର୍ଟରେ ମାମଲା ବିଚାରାଧୀନ ରହିଥିବା ବେଳେ ରାତି ଅଧିଆ ଏଭଳି ସର୍ଭେକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.