ବେଆଇନ ଗର୍ଭସ୍ଥ ଶିଶୁ ଙ୍କ ଲିଙ୍ଗ ନିରୂପଣ ଘଟଣା : ତଥାପି ଜାଲ ରେ ପଡିନି ବଡ଼ ମାଛ…!

add-all

ଜାଲ କାଟି ଖସି ଯିବାକୁ ଚେଷ୍ଟା ରେ ବଡ ମାଛ…!!

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ମାଳ ମାଳ ନର୍ସିଙ୍ଗ ହୋମ ଓ ରୋଗ ନିଦାନ କେନ୍ଦ୍ର କାହାର ତ ଅଛି ଭିତିଭୂମି କାହାର ନାହିଁ ଏଥିପ୍ରତି ଜିଲ୍ଲା ପ୍ରଶାସନ ର ନଜର ହିଁ ନାହିଁ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ମୋଟା ଅଙ୍କର ପାଉଣା ଦେଇ ଚଳାଇଛନ୍ତି ନିଜ ନିଜ ବ୍ୟବସାୟ ସେ ଯାହାବି ହେଉ ଅନେକ ଦିନ ପରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ନୂତନ ଏସ ପି ଦାୟିତ୍ୱ ନେବା ପରେ ବେଆଇନ ଭାବେ ଗର୍ଭସ୍ଥ ଶିଶୁ ଙ୍କ ଲିଙ୍ଗ ନିରୂପଣ କରୁଥିବା ଏକ ଘରେଇ କ୍ଲିନିକ ଉପରେ ଚଢଉ କରାଯିବାକୁ ନେଇ ଡାକ୍ତର ଓ ଏହି ଭଳି ବେଆଇନ ସଂସ୍ଥା ଚଳାଇବା ରେ ଲିପ୍ତ ଥିବା ଦଲାଲ ମାନଙ୍କ ନିଦ ହଜି ଯାଇଛି,ଏହି ଭଳି ଆକସ୍ମିକ ଚଢ଼ାଉ ହେବ ଏହା ସେମାନେ କେବେବି କଳ୍ପନା ରେ ଭାବିନଥିଲେ ଏହି ସଂକ୍ରାନ୍ତରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି। ଏହା ସହିତ ଲିଙ୍ଗ ନିରୂପଣ ହେଉଥିବା ଅଲଟ୍ରାସାଉଣ୍ଡ ଯନ୍ତ୍ର କୁ ମଧ୍ୟ ଜବତ କରାଯାଇଛି। ଏକ ନିର୍ଭରଯୋଗ୍ୟ ସୂଚନା ଉପରେ ଆଧାର କରି ବ୍ରହ୍ମପୁର ଏସ ପି ବୈଦ୍ୟନାଥ ପୁର ଥାନା ଅଧିନସ୍ଥ ଅଙ୍କୁଲି, ଅଂଚଳରେ ଥିବା ଆନନ୍ଦ ନାଗର, ରେ ଦୁର୍ଗା ପ୍ରସାଦ ନାୟକଙ୍କ ଦ୍ୱାରା ପରିଚାଳିତ ହାଉସ କମ “କ୍ଲିନିକ” ରେ ଚଢଉ କରିଥିଲେ ପୋଲିସ।ଏହି ଚଢ଼ାଉ ବେଳେ ଅଭିଯୁକ୍ତମାନେ ଲିଙ୍ଗ ନିରୂପଣ କରୁଥିବା ବେଳେ ଏକାଧିକ ଗର୍ଭବତୀ ମହିଳା ଘରର ପ୍ରଥମ ମହଲାରେ ଉପସ୍ଥିତ ଥିଲେ |


ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁର୍ଗା ପ୍ରସାଦ ନାୟକ ଦୁଇ ତିନି ବର୍ଷରୁ ଅଧିକ ସମୟ ଧରି ବିନା କୌଣସି ପଞ୍ଜିକରଣ କରି ବେଆଇନ ଭାବେ ଏହି ଗର୍ଭସ୍ଥ ଶିଶୁ ଙ୍କ ଲିଙ୍ଗ ନିରୂପଣ କେନ୍ଦ୍ର ଚଳାଉ ଥିଲା। ଜବତ ହୋଇଥିବା ଅଲଟ୍ରାସାଉଣ୍ଡ ମେସିନକୁ ଗର୍ଭବତୀ ମହିଳାଙ୍କ ଗର୍ଭ ନିର୍ଣ୍ଣୟ କରିବା ପାଇଁ ବେଆଇନ ଭାବେ ବ୍ୟବହାର କରୁଥିବା ପୋଲିସ ଅନୁସନ୍ଧାନ ରୁ ଜାଣି ପାରିଛି । ଏହି କାମରେ ସହଯୋଗ କରୁଥିବା ଅକ୍ଷୟ କୁମାର ଦଲାଇ ଏବଂ ହରମୋହନ ଦଲାଇ ଅଭିଯୁକ୍ତ ଦୁର୍ଗାପ୍ରସାଦ ନାୟକ ନିକଟକୁ ଲିଙ୍ଗ ନିରୂପଣ କରିବାକୁ ଅନେକ ଦଲାଲ ମାନଙ୍କ ସାହାଯ୍ୟରେ ବିଭିନ୍ନ ସ୍ଥାନରୁ ଗର୍ଭବତୀ ମହିଳାଙ୍କୁ ନେଇ ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ ପାଇଁ ଅଭିଯୁକ୍ତଙ୍କ ଘରକୁ ନେଇ ଆସୁଥିଲେ । ଏଥିରେ ରିନା ପ୍ରଧାନ ଜୈନିକା ଆଶା କର୍ମୀ ମଧ୍ୟ ତାଙ୍କ ଗାଁର ଦୁଇଜଣ ଗର୍ଭବତୀ ମହିଳାଙ୍କୁ ଉକ୍ତ କ୍ଲିନିକ କୁ ଆଣି ଥିବା ଚଢ଼ାଉ ବେଳେ ଧରା ପଡିଛନ୍ତି ଓ ପରୀକ୍ଷା ପାଇଁ ଆଣି ଅଭିଯୁକ୍ତ ଦୁର୍ଗା ପ୍ରସାଦ ନାୟକଙ୍କ ଠାରୁ କମିଶନ ଗ୍ରହଣ କରିଛନ୍ତି କେବଳ ରୀନା ପ୍ରଧାନ ନୁହନ୍ତି ଏହିଭଳି ଅନେକ ଆଶା କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ମଧ୍ୟ ଏହି ଭଳି ଦଲାଲି କରି ବେଶ ଦୁଇ ପଇସା ରୋଜଗାର କରୁଥିବା ଅନୁସନ୍ଧାନ ରୁ ଜଣା ପଡିଛି । ସୂଚନା ଥାଉକି ବିଭିନ୍ନ ଲ୍ୟାବ, ବେସରକାରୀ କ୍ଲିନିକରେ ନିୟୋଜିତ ଅନ୍ୟ ଅଭିଯୁକ୍ତ ବ୍ୟକ୍ତିମାନେ ଗର୍ଭବତୀ ମହିଳାଙ୍କୁ ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ ଓ ବେଆଇନ ଗର୍ଭ ନଷ୍ଟ କରାଇବା ପାଇଁ ଅର୍ଥ ଉପାର୍ଜନ କରି ଥାନ୍ତି l କୌଣସି ଭିତ୍ତି ଭୂମି ନଥାଇ ମାଳ ମାଳ ନର୍ସିଙ୍ଗ ହୋମ ଓ ରୋଗ ନିଦାନ କେନ୍ଦ୍ର ଯାହାର କି କୌଣସି କାଗଜ ପତ୍ର ନଥିବା ଜଣାପଡିଛି କିଛି ପଞ୍ଜିକୃତ ହୋଇଛି ଏବଂ ତାହା ଅନେକ ବର୍ଷ ହେଲା ପୁନଃ ରିନୱାଲ ହୋଇନଥିବା ଜଣା ପଡିଛି ବିଭାଗୀୟ ସରକାରୀ ବାବୁ ମାନେ ସବୁ ଜାଣି ବି ପକେଟ ଗରମ କରି ଚୁପ ବସନ୍ତି l ଏହି ଭଳି କାର୍ଯ୍ୟ ଚଳାଇବାରେ ଏକ ବଡ଼ ରାକେଟ କାମ କରୁଥିବା ଅନୁସନ୍ଧାନ ରୁ ଜଣାପଡୁଛି l ଉକ୍ତ ବ୍ୟବସାୟ ଚଳାଉ ଥିବା ପରଦା ପଛର ମୁଖ୍ୟ ଖଳ ନାୟକ ପୋଲିସ ହାତରେ ଧରାପଡ଼ିନି ସତ ତାହା ମାନେ ନାହିଁଯେ ସେ ଖସିଯିବ, ଲିଙ୍ଗ ନିର୍ଣ୍ଣୟ ଓ ବେଆଇନ ଗର୍ଭ ପାତ କୁ ନେଇ ତାହା ଉପରେ ତଦନ୍ତ କରୁଛି ପୋଲିସ। ଏହାକୁ ନେଇ ସ୍ଥାନୀୟ ବୈଦ୍ୟନାଥପୁର PS କେସ୍ ନମ୍ବର 164 ତାରିଖ 26.05.2022 U / S-419/420/313/34/120-B IPC r / w PC ଏବଂ PNDT ଆକ୍ଟ 1994 ର ସେକ୍ -23 / 25 ଗିରଫ କରାଯାଇଥିବା କୁ ନେଇ ବ୍ରହ୍ମପୁର ଏସପି ଶ୍ରୀ ଶ୍ରବଣ ବିବେକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଏବଂ ଏଥିରେ ଆଉ କିଏ କିଏ ସହଯୋଗୀ ଅଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବା ସହିତ ସହର ର ବିଭିନ୍ନ ପାଥୋଲୋଜି ଓ ନର୍ସିଙ୍ଗ ହୋମ ଓ ନିଦାନ କେନ୍ଦ୍ର ଉପରେ ନଜର ରଖା ଯାଇଛି ବୋଲି ସୂଚନା ଦେଇଥିଲେ ଏବଂ ଅନେକ ରୋଗ ନିଦାନ ଉପରେ ଚଢ଼ାଉ ବି ଜାରି ରହିଥିବା ଦେଖିବାକୁ ମିଳିଛି । ଏହି ସଂକ୍ରାନ୍ତ ରେ ପୋଲିସ. ଆନନ୍ଦ ନାଗରର ଦୁର୍ଗା ପ୍ରସାଦ ନାୟକ (41), ଅଙ୍କୁଲି ନିଗମ ନାଗରର ଅକ୍ଷୟ ଦଲାଇ (24) , କୁକୁଡ଼ଖଣ୍ଡି ରହରି ମୋହନ ଦଲାଇ (42), ଆଶାକର୍ମୀ ରିନା ପ୍ରଧାନ (40), ଭାବାନଗର ଶ୍ରୀ ଦୁର୍ଗା ପାଥୋଲୋଜି ର ରବିନ୍ଦ୍ରନାଥ ସତପଥୀ (39), ନିର୍ନୟ ଡାଇଗୋନିଷ୍ଟିକ୍ ଏବଂ ରିସର୍ଚ୍ଚ ସେଣ୍ଟର, କାଳୀ ଚରଣ ବିସୋଇ (38) |କୋର୍ଟପେଟା ଛକଠାରେ ଥିବା ସାଇ କ୍ରୁପା ସେବା ସଦାନ ନର୍ସିଂହୋମ ର ସୁଶାନ୍ତ କୁମାର ନନ୍ଦ(40) ,ପଦ୍ମ ଚରଣ ଭୂୟାଁ(60) ,ନୂଆ ବସ୍ ଷ୍ଟାଣ୍ଡ ଶିବରାମ ପ୍ରଧାନ (37) , ସୁମନ୍ତ କୁମାର ପ୍ରଧାନ ଧବାଲେଶ୍ୱର ନାୟକ (51), ସ୍ମାର୍ଟ ହସ୍ପିଟାଲ୍ ନିର୍ଦ୍ଦେଶକା ଏମ ସୁଜାତା କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଗୋଟିଏ ଅଲଟ୍ରାସାଉଣ୍ଡ ପ୍ରୋବ ସହିତ ଅଲଟ୍ରାସାଉଣ୍ଡ ମେସିନ୍ ଏବଂଗୋଟିଏ ଲାମିନେଟେଡ୍ ଅଲଟ୍ରାସାଉଣ୍ଡ ମେସିନ୍ | ଅଲଟ୍ରାସାଉଣ୍ଡ ପାଇଁ ବ୍ୟବହୃତ ଅଲଟ୍ରାସାଉଣ୍ଡ ଟ୍ରାନ୍ସମିସନ ଜେଲ |ନଗଦ -18,200 / ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଜବତ ହୋଇଛି। ଏହି ମାମଲାରେ ଅଧିକ ଅନୁସନ୍ଧାନ ଚାଲିଥିବା ଏସପି ଶ୍ରୀ ବିବେକ ସୂଚନା ଦେଇଛନ୍ତି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବେ ସୁଦ୍ଧା ଧରାପଡ଼ିନି ତେଣୁ ବିଳମ୍ବରେ ବି ମୁଖ୍ୟ ଅଭିଯୁକ୍ତ ର ଭଦ୍ର ମୂଖା ଲୋକଲୋଚନ କୁ ଆସିବ ନା ସରକାରୀ ନାଲିଫିତା ତଳେ ଦବି ଯିବ ତାହା ସମୟ ସାପେକ୍ଷ

ad-week
Leave A Reply

Your email address will not be published.