ସିଦ୍ଧୁ ମୁସେବାଲାଙ୍କ ହତ୍ୟା ପରେ କଡ଼ାକଡ଼ି ହେଲା ସଲମାନ ଖାନଙ୍କ ସୁରକ୍ଷା

add-all

ମୁମ୍ବାଇ ୧।୬: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ମେ ୨୯ ତାରିଖ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ମଙ୍ଗଳବାର ତାଙ୍କ ପୈତୃକ ଗ୍ରାମ ମୁସାରେ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି। ପଞ୍ଜାବୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇର କାନାଡା ସାଥୀ ଗୋଲ୍ଡି ବ୍ରାର ଏହି ହତ୍ୟା ଲାଗି ନିଜକୁ ଦାୟୀ କରିଛି। ଏହି ମର୍ଡର କେସ୍ ପରେ ପ୍ରଶିଦ୍ଧ ବଲିଉଡ ଷ୍ଟାର ସଲମାନ ଖାନଙ୍କ ସୁରକ୍ଷା କଡ଼ାକଡି କରାଯାଇଛି। କାରଣ ଲରେନ୍ସ ବିଶ୍ନୋଇ ଯୋଗୁ ବୋଲି କୁହାଯାଇଛି।
ତଥ୍ୟ ଅନୁସାରେ ସିଦ୍ଧୁ ମୁସେବାଲା ଦୀର୍ଘ ସମୟରୁ ଲରେନ୍ସ ବିଶ୍ନୋଇ ଓ ତାଙ୍କ ଗ୍ୟାଙ୍ଗର ନଜରରେ ଥିଲେ। ସିଙ୍ଗରଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ ବଲିଉଡ ଷ୍ଟାର ସଲମାନଙ୍କ ସୁରକ୍ଷା କଡାକଡି କରିଛି। ଇଏ ସେହି ଗ୍ୟାଙ୍ଗ ଯିଏ କିଛି ବର୍ଷ ପୂର୍ବେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା। ଅତୀତରେ ସଲମାନ ମଧ୍ୟ ଲରେନ୍ସର ରାଡାରରେ ଥିଲେ। ୨୦୧୮ ମସିହାରେ ଲରେନ୍ସ ସଲମାନଙ୍କ ହତ୍ୟା ଯୋଜନା ପ୍ରସ୍ତୁତ କରିଥିଲା। ସଲମାନଙ୍କ କୃଷ୍ଣସାର ମୃଗ ଶିକାର ଘଟଣାକୁ ନେଇ ଲରେନ୍ସ ଅସନ୍ତୁଷ୍ଟ ଥିଲା।
ଉଲ୍ଲେଖ ଯୋଗ୍ୟ ଯେ ଲରେନ୍ସ ବିଶ୍ନୋଇ ସମାଜର। ବିଶ୍ନୋଇମାନେ ପ୍ରକୃତି ଓ ବନ୍ୟ ଜୀବଙ୍କ ପ୍ରତି ଗଭୀର ଆସ୍ଥା ରଖନ୍ତି । ଏଣୁ ସଲମାନ କୃଷ୍ଣସାର ଶିକାର କରିଥିବାରୁ ଲରେନ୍ସ ଅସନ୍ତୁଷ୍ଟ ଅଛି। ଏଣୁ ଏହି ମାମଲାକୁ ନେଇ ମୁମ୍ବାଇ ପୋଲିସ ସତର୍କ ହୋଇଉଠିଥିବା ବେଳେ ସଲମାନଙ୍କ ସୁରକ୍ଷା କଡାକଡି କରିଛି।

ad-week
Leave A Reply

Your email address will not be published.