ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ମାମଲା ଦାୟର

add-all

କଟକ: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି। ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ କରି ମ୍ୟାଚ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ମାମଲା ଦାୟର ହୋଇଛି। ଏଥିରେ ରାଜ୍ୟ ସରକାର, ବିସିସିଆଇ ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍‌ ଲାଗି ବୁଧବାରଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ୍‌ରେ ଟିକେଟ ବିକ୍ରି ହେବ। ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି। ଟିକେଟ କିିଣିବାକୁ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ହାଇକୋର୍ଟକୁ ମାମଲା ଯାଇଥିବାରୁ ପରବର୍ତ୍ତୀ ସୂଚନା ଉପରେ ସମସ୍ତଙ୍କ ନଜର ରହିଛି।

ad-week
Leave A Reply

Your email address will not be published.