ଏମଏଲଏ କଲୋନୀ ଗଛକଟାକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ଓ ଦିଲ୍ଲୀପ ଶ୍ରୀଚନ୍ଦନ

add-all

ଭୁବନେଶ୍ଵର: ବିଧାୟକ କଲୋନିର ରୂପରେଖ ବଦଳାଇବା ଲାଗି ସାଧାରଣ ପ୍ରଶାସନ ବିଭାଗ ଅଧୀନ ୪୨ଟି କ୍ବାର୍ଟର୍ସକୁ ଭଙ୍ଗାଯିବା ସହ ସେଠାରେ ନୂଆ ବିଲ‌ଡ଼ିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠିଛି । ଯେଉଁଠି ରାଜ୍ୟ ସରକାର ଗଛ ଲଗାଅ ଜୀବନ ବଞ୍ଚାଅର ନାରା ଦେଉଥିବା ବେଳେ ଅନ୍ୟ ପଟେ ୭୮୦ଟି ଗଛ କାଟିବାକୁ ଲକ୍ଷ୍ୟ ରଖିଛନ୍ତି ।

ବିଧାୟକଙ୍କ ସୁବିଧା ପାଇଁ ବହୁତଳ କୋଠା ସହ ସେଠାରେ ଗାର୍ଡେନ୍‌, ଜିମ୍‌, ବିଶ୍ରାମ ଗୃହ, ପାର୍କିଂ ବ୍ୟବସ୍ଥା ରହିବ। କମ୍ୟୁନିଟି ହଲ୍‌, କଲ୍ୟାଣ ମଣ୍ଡପ, ମଲଟି ଜିମ୍‌, ଖାଲି ସ୍ଥାନ, ମର୍ଣ୍ଣିଂ ୱାର୍କ, ବ୍ୟବସାୟ କରିବାର ସୁବିଧା କରିବା ପାଇଁ ଯୋଜନା କରୁଥିବା ବେଳେ ହଜାର ହଜାର ଗଛ ନଷ୍ଟ ହେଉଛି ।

ତେଣୁ ଏହାକୁ ବିରୋଧ କରି ପ୍ରେରଣା ,ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ବିଭିନ୍ନ ସମାଜସେବୀ,ବୃକ୍ଷପ୍ରେମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗତକାଲି ହାଇକୋର୍ଟରେ ଏନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଆଜି ସକାଳୁ ଏମଏଲଏ କଲୋନୀରେ ଶିଶୁମାନଙ୍କ ଦ୍ୱାରା ଗଛକଟା କୁ ବିରୋଧ କରି ଚିତ୍ର ଅଙ୍କନ କରାଯାଇଛି ।

ସେପଟେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଛନ୍ତି କଂଗ୍ରେସ ବିଧାୟକ ଓ ଦିଲ୍ଲୀପ ଶ୍ରୀଚନ୍ଦନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ଚାରିଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ad-week
Leave A Reply

Your email address will not be published.