ବ୍ରଜରାଜନଗର ଉପନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି

add-all

ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣତି କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ୩୦ମିନିଟ ପୋଷ୍ଟାଲ ବାଲଟ ଗଣତି ହେବ ଓ ପରେ ଇଭିଏମ ଗଣତି କରାଯିବ। ୧୪ଟି ଟେବୁଲରେ ଗଣତି ହେବ । ମୋଟ ୨୭୯ ବୁଥ ଥିବାରୁ ୨୦ରାଉଣ୍ଡ ଗଣନା ହେବ। ଭୋଟ ଗଣତି ପ୍ରକ୍ରିୟାକୁ ସୁରୁଖୁରରେ ଶେଷ କରିବାକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।
ଭୋଟଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହୀନି ସହ ଓଡ଼ିଶା ପୋଲିସର ଯବାନମାନଙ୍କୁ ନିୟୋଜିତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତି ଟେବୁଲରେ ୪ଜଣ କାଉଣ୍ଟିଂ ଅଫିସର ରହିବେ। ପ୍ରତି ରାଉଣ୍ଡ ପରେ ଫଳାଫଳ ମାଇକ ଯୋଗେ ଜଣାଇ ଦିଆଯିବ । ଝାରସୁଗୁଡ଼ା ଇଂଜିନିୟରିଂ କଲେଜ ପରିସରରେ ଭୋଟ ଗଣତି କରାଯିବ । ଏଥି ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍‍ଗୁଡ଼ିକ ରଖାଯାଇଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି।

ad-week
Leave A Reply

Your email address will not be published.