ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା: ପ୍ରେମୀଯୁଗଳଙ୍କୁ ଉଠାଇ ଆଣିଲା ପୋଲିସ

add-all

ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ଠାରୁ ଆସିଥିବା ପ୍ରେମୀଯୁଗଳ ନିଜ ଘରକୁ ଯିବା ପାଇଁ ସାହାସ କରିପାରିନାହାନ୍ତି। ଏହାର କାରଣ ହେଉଛି ପ୍ରେମ ଓ ଭଲ ପାଇବା। ଉଭୟ ପୁଅ-ଝିଅ ବିବାହ କରିବାକୁ ଚାହୁଁଥିବା ବେଳେ ସେମାନଙ୍କର ପରିବାର ଲୋକେ ଏଥିରେ ରାଜି ହେଉ ନଥିବାରୁ ମାମଲା ପୁଲିସ ନିକଟରେ ପହଞ୍ଚିଛି।

ସୂଚନା ଅନୁସାରେ ଜଣେ ଓଡ଼ିଆ ଝିଅ ବେଙ୍ଗାଲୁରୁ ଠାରେ ଡାକ୍ତର ଅଛନ୍ତି। ସେ ଜଣେ ପଂଜବୀ ପୁଅକୁ ଭଲ ପାଆନ୍ତି। ଡାକ୍ତରୀ ଝିଅଙ୍କ ପ୍ରେମିକ ହେଉଛନ୍ତି ସର୍ଦ୍ଦାର ଗଗନଦୀପ । ତେବେ ଉଭୟ ବିବାହ କରିବାକୁ ଚାହୁଁଥିବା ବେଳେ ପରିବାର ଲୋକେ ଏଥିରେ ପ୍ରତିବନ୍ଧକ ସାଜୁଛନ୍ତି। ଉଭୟ ବେଙ୍ଗାଲୁରୁରୁ ଭୁବନେଶ୍ୱର ପଂହଚିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏୟାରପୋର୍ଟରେ ପଂହଚିବା ପରେ ଉଭୟଙ୍କ ପରିବାର ଅପେକ୍ଷା କରି ରହିଥିଲେ। କିନ୍ତୁ ପ୍ରେମୀଯୁଗଳ ଘରକୁ ଯିବା ପାଇଁ ସାହସ କରି ନଥିଲେ। ତେଣୁ ପୁଲିସକୁ ସୁରକ୍ଷା ମାଗିଥିଲେ। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଏୟାରଫିଲ୍ଡ ଥାନା ପୁଲିସ ଉଭୟଙ୍କୁ ଉଦ୍ଧାର କରିଛି।

ଅନ୍ୟପଟରେ ପୂର୍ବରୁ ଝିଅର ଆଂକାଉଂଟରୁ ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ପଂଜାବୀ ପୁଅ ନାଁରେ ଝିଅର ବାପା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.