ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୩ଦିନ ପାଇଁ ହିଟ୍‍ ୱେଭ୍‍ ଆଲର୍ଟ ଜାରି

add-all

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଜାରି ରହିଛି। କ୍ରମାଗତ ଭାବେ ସେଠାରେ ତାପମାତ୍ରା ବୃଦ୍ଧି ହେଉଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ଲହରି ଦେଖାଯିବ।ଏହାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ଅର୍ଥାତ ଆସନ୍ତାକାଲି ୮ ତାରିଖ ଠାରୁ ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ହିଟ୍‍ ୱେଭ୍‍ ଆଲର୍ଟ ଜାରି କରାଯାଇଛି।

୮ ତାରିଖ ପାଇଁ ହିଟ୍‍ ୱେଭ୍‍ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲେ ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର। ୯ ତାରିଖ ପାଇଁ ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର , ନୂଆପଡା ଜିଲ୍ଲାକୁ ହିଟ୍‍ ୱେଭ୍‍ ଆଲର୍ଟ ଜାରି କରାଯାଇଥିବା ବେଳେ ୧୦ ତାରିଖ ପାଇଁ ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀରକୁ ଜାରି କରାଯାଇଛି।

ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ତାତିରୁ ମୁକ୍ତି ମିଳିଛି। କାଳବୈଶାଖୀ ଯୋଗୁଁ ଉପକୂଳ ଓଡ଼ିଶା ସମେତ ଏହାର ପଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତି ବିଶେଷ ଅନୁଭୂତ ହୋଇନାହିଁ। ହେଲେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.