ଜୁନ୍‌ ଶେଷ ସୁଦ୍ଧା ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ: ମନ୍ତ୍ରୀ

add-all

ଭୁବନେଶ୍ୱର: ଜୁନ୍‌ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ। ତେବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ କିଛି ମାସ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ସହ ଆଦର୍ଶ ବିଦ୍ୟାଳୟଗୁ ୧,୭୦୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ବାହାରିଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲଗୁଡ଼ିକର ରୂପାନ୍ତରୀକରଣ କରାଯାଉଛି। ପ୍ରାୟ ୮ ହଜାର ହାଇସ୍କୁଲରରୁ ୫୦୦୦ ହଜାର ସ୍କୁଲକୁ ରୂପାନ୍ତରୀକରଣ କରାଯାଉଛି। ବାକି ୩୦୦୦ ହାଇସ୍କୁଲର ରୂପାନ୍ତରୀକରଣ ବ୍ୟବସ୍ଥା କରାଯିବ। ହାଇସ୍କୁଲ ରୂପାନ୍ତରୀରଣ କରିବା ପରେ ପ୍ରାଥମିକ ବିଦ୍ୟାଳଗୁଡ଼ିକ କଥା ବିଚାର କରାଯିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.