କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ

add-all

ଭୁବନେଶ୍ଵର: କୁଆଖାଇ ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ପ୍ରେମିକ ବ୍ଲାକମେଲିଂ କରିବାରୁ ଯୁବତୀ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି।

ସୂଚନାନୁଯାୟୀ, ଭୁବନେଶ୍ଵର ନିକୋ ପାର୍କରେ ରହୁଥିବା ଜଣେ ଯୁବତୀ ଆଜି କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବତୀଙ୍କର ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଜଣେ ଯୁବକଙ୍କ ସହ ୩ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ହେଲେ ପରେ ଯୁବକ ଜଣଙ୍କ ବିବାହିତ ବୋଲି ଜାଣିବାରୁ ଯୁବତୀ ଜଣଙ୍କ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣଙ୍କ ଯୁବତୀଙ୍କର କିଛି ଭିଡିଓକୁ ନେଇ ବ୍ଲାକମେଲିଂ କରିଛନ୍ତି। ଯାହା ଫଳରେ ଯୁବତୀ ଅତିଷ୍ଠ ହୋଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ବୁଝାସୁଝା କରିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.