ନରସିଂହପୁର ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା

add-all

ଆଠଗଡ଼: କଟକ ଜିଲ୍ଲା ନରସିଂହପୁର ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା। ଡାକ୍ତର ଟିମ୍‌ ହାତୀର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ଆଜି ହାତୀର ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି PCCF ଶଶି ପଲ୍‌। ହାତୀ ଦେହରେ ଥିବା କ୍ଷତ ୧୫ ଦିନ ତଳର ହୋଇଥିବା ଡାକ୍ତର ଟିମ୍‌ କହିଛନ୍ତି।

ହାତୀ ଦେହରେ ୫/୬ଟି ଛର୍‌ରା ବାଜିଛି। ଗୋଡ଼ରେ ସେଫ୍‌ଟିସେମିଆ ହୋଇଛି। ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ବାଜିଛି ଛର୍‌ରା। ହାତୀ କବଳରୁ ବର୍ତ୍ତିବାକୁ କେହି ଦେଶୀ ବନ୍ଧୁକରୁ ଗୁଳି କରିଥିବା PCCF କହିଛନ୍ତି। ଘଟଣାର ତଦନ୍ତ ଚାଲିଛି। ଯିଏ ଦାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ବର୍ତ୍ତମାନ ହାତୀର ଚିକିତ୍ସା ଜାରି ରହିଛି। କିଛି ଦିନରେ ସୁସ୍ଥ ହୋଇଯିବ ବୋଲି ଆଶା କରାଯାଉଛି ବୋଲି PCCF କହିଛନ୍ତି।

ad-week
Leave A Reply

Your email address will not be published.