ଚଳିତ ବର୍ଷ ୫ କୋଟି ଟଙ୍କାର ଚାରା ସୁଲଭ ମୂଲ୍ୟରେ ଯୋଗାଇ ଦେବେ ରାଜ୍ୟ ସରକାର

add-all

ଭୁବନେଶ୍ୱର ବରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି ୭୩ ତମ ରାଜ୍ୟ ସ୍ତରୀୟ ବନ ମହୋତ୍ସବ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳନ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ଯମରେ ଯୋଗ ଦେଇ ନିଜର ଶୁଭେଚ୍ଛା ବାର୍ତ୍ତା ରଖିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଛ ହିଁ ସବୁଠୁ ଶକ୍ତିଶାଳୀ ଅସ୍ତ୍ର , ତେଣୁ ବୃକ୍ଷ ରୋପଣ ବଢାଇବା ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି।

ଚଳିତ ବର୍ଷ ୫ କୋଟି ଟଙ୍କାର ଚାରା ସୁଲଭ ମୂଲ୍ୟରେ ଯୋଗାଇ ଦେବେ ରାଜ୍ୟ ସରକାର। ଅନ୍ଯପଟେ ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେସ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଙ୍କ ସହ ବିଭାଗ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଥମେ ସ୍କୁଲ ପରିସରରେ ବୃକ୍ଷ ରୋପଣ ପରେ ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯିବା ସହ ବନ ମହୋତ୍ସବ ପତ୍ରିକା ଉଦଘାଟନ କରିଥିଲେ। ଚଳିତ ବର୍ଷ ଝୁରିମଲ ବନ ସଂରକ୍ଷଣ ସମିତିକୁ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ବନ ମହୋତ୍ସବ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ଳିଖନ ପ୍ରତିଯୋଗୀତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ad-week
Leave A Reply

Your email address will not be published.