ପ୍ରଧାନମନ୍ତ୍ରୀଙ୍କୁ ଭୂରିଭୂରି ପ୍ରଶଂସା କଲେ ଗୋପାଳପୁର ବିଧାୟକ

add-all

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀଙ୍କୁ ଭୂରିଭୂରି ପ୍ରଶଂସା କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଓଡ଼ିଶା ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି ଯେ, ଓଡ଼ିଆ ଝିଅଙ୍କୁ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି।

ଏହା ଏକ ଐତିହାସିକ ନିଷ୍ପତି। ଓଡ଼ିଆ ଜାତିକୁ ଯେଉଁ ସମ୍ମାନ ଦେଇଛନ୍ତି ଅନ୍ୟ କେହି ସମ୍ମାନ ଦେଇନଥିଲେ। ବିଭିନ୍ନ ସର୍ବୋଚ୍ଚ ପଦବୀରେ ଓଡ଼ିଆ ଅଧିକାରୀଙ୍କୁ ଅବସ୍ଥାପିତ କରିଛନ୍ତି।

ପ୍ରଦୀପ ପାଣିଗ୍ରାହୀ ପୁଣି କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଆଙ୍କୁ ଗୁରୁ ଦାୟିତ୍ଵ ଦେଇଛନ୍ତି। ଏଥିପାଇଁ ଓଡ଼ିଶାବାସୀ ଚିର ଋଣୀ। ଓଡ଼ିଶାବାସୀ କେବେ ଋଣ ସୁଝି ପାରିବେନି। ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବା ଆମ ସୌଭାଗ୍ୟ। ସମସ୍ତେ ସହଯୋଗ କରିବା ଆବଶ୍ୟକ। ମୁଁ ସ୍ଵାଧୀନ ପାର୍ଥୀ ଭାବେ ସହଯୋଗ କରିବି। ମୁଖ୍ୟମନ୍ତ୍ରୀ ସ୍ଵାଧୀନ ବିଧାୟକଙ୍କ ସହ କଥା ହେଉଛନ୍ତି। କିନ୍ତୁ ମୋ ସହ କଥା ହୋଇନାହାଁନ୍ତି। ମାନ ସମ୍ମାନ ଦେଇଛନ୍ତି। ଓଡ଼ିଶାକୁ ନୂଆ ପରିଚୟ ଦେଇଛନ୍ତି। ଗୋଟେ ଭୋଟ ଯେପରି ତାଙ୍କ ବିରୁଦ୍ଧରେ ନଯିବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଆସନ୍ତାକାଲି କାର୍ଯ୍ୟକ୍ରମ ବାବଦରେ କିଛି ଅବଗତ କରାଯାଇନି।

ad-week
Leave A Reply

Your email address will not be published.