ସୀତାପୁର ମାମଲାରେ ‘ଅଲ୍‌ଟ୍‌ ନିଉଜ୍‌’ର ସହ-ସଂସ୍ଥାପକ ମହମ୍ମଦ୍‌ ଜୁବୈର୍‌ଙ୍କୁ ମିଳିଲା ଜାମିନ, କିନ୍ତୁ ଜେଲ୍‌ରେ ରହିବେ

add-all

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ରୁଜୁ କରିଥିବା ସୀତାପୁର ମାମଲାରେ ଆଜି ‘ଅଲ୍‌ଟ୍‌ ନିଉଜ୍‌’ର ସହ-ସଂସ୍ଥାପକ ମହମ୍ମଦ୍‌ ଜୁବୈର୍‌ଙ୍କୁ ସୁପ୍ରିମ୍‌ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। କିନ୍ତୁ, ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ପ୍ରଥମେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିବାରୁ ସେ ଦିଲ୍ଲୀ ପୁଲିସ ହେପାଜତରେ ରହିବେ।
ହିନ୍ଦୁ ସାଧୁମାନଙ୍କ ବିଷୟରେ ସେ କରିଥିବା ଟୁଇଟ୍‌ ପୋଷ୍ଟ୍‌ କାରଣରୁ ରୁଜୁ ହୋଇଥିବା ମାମଲାରେ ଉତ୍ତର ପ୍ରଦେଶର ସୀତାପୁର ଅଦାଲତା ତାଙ୍କୁ ଜାମିନ ଦେବାକୁ ଅଗ୍ରାହ୍ୟ କରିଦେବାରୁ ସେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।
ଉତ୍ତର ପ୍ରଦେଶ ସରକାର ଏବଂ ପୁଲିସକୁ ଜାରି କରିଥିବା ନୋଟିସ୍‌ରେ ବିଚାରପତି ଇନ୍ଦିରା ବାନାର୍ଜୀ କହିଛନ୍ତି ଯେ, ଜୁବୈର୍‌ଙ୍କୁ ସସର୍ତ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରାଯାଇଛି।
ମଧ୍ୟବର୍ତ୍ତୀକାଳୀନ ଜାମିନ ଅନୁସାରେ, ବେଙ୍ଗାଲୁରୁ ଏବଂ ଅନ୍ୟ କ‌ୌଣସି ସ୍ଥାନରେ ଜୁବୈର୍‌ କୌଣସି ଟୁଇଟ୍‌ ଡିଲିଟ୍‌ କରିପାରିବେ ନାହିଁ କି, ପ୍ରମାଣ ପରିବର୍ତ୍ତନ କରିବେ ନାହିଁ। ଉପରୋକ୍ତ ଜାମିନ କେବଳ ଜୁନ୍‌ ପହିଲାରେ ପଞ୍ଜିକୃତ ‘ଏଫ୍‌ଆଇଆର୍‌’ ପ୍ରତି ପ୍ରଯୁଜ୍ୟ, ଅନ୍ୟ କୌଣସି ‘ଏଫ୍‌ଆଇଆର୍‌’ ଲାଗି ନୁହେଁ। ତାଙ୍କ ବିରୋଧରେ ଚାଲିଥିବା କୌଣସି ତଦନ୍ତ ଉପରେ ରହିତାଦେଶ ଜାରି କରାଯାଇନାହିଁ କି, ଅଟକା ଯାଇନାହିଁ।
ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ ବୋଲି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ଅନୁରୋଧ କରିଥିଲେ ମଧ୍ୟ ସୁପ୍ରିମ୍‌ କ‌ୋର୍ଟ ତାଙ୍କ ଅନୁରୋଧ ରକ୍ଷା କରି ନ ଥିଲେ।

ad-week
Leave A Reply

Your email address will not be published.