ବିଜେପିରେ ମିଶିପାରନ୍ତି କଂଗ୍ରେସର ଖେଳ ବିଗାଡିଥିବା ବିଧାୟକ କୁଲଦୀପ ବିଷ୍ଣୋଇ

add-all

ଚଣ୍ଡୀଗଡ଼: ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ କରି କଂଗ୍ରେସ ପ୍ରାର୍ଥୀ ଅଜୟ ମାକନଙ୍କୁ ପରାସ୍ତ କରିଥିବା ହରିୟାଣାର ଆଦାମପୁର ବିଧାୟକ କୁଲଦୀପ ବିଷ୍ଣୋଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି | ଆଉ ଏହି ଭେଟଘାଟ ପରେ ଅନୁମାନ କରାଯାଉଛି ଯେ, ସେ ଖୁବ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି |ଆଦମପୁର ବିଧାୟକ ବିଷ୍ଣୋଇ, ବିଜେପି ନେତାମାନଙ୍କୁ ଦିଲ୍ଲୀରେ ଭେଟିବା ପରେ ଜୋରଦାର ପ୍ରଶଂସା କରିଛନ୍ତି । ସେ ଗତ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଭୋଟ୍ ଦେଇଥିଲେ। ଏହା ପରେ କୁଲଦୀପ ବିଷ୍ଣୋଇଙ୍କୁ ଗତ ମାସରେ କଂଗ୍ରେସ ସମସ୍ତ ପଦରୁ ବହିଷ୍କାର କରିଥିଲା।
ସେବେଠାରୁ ବିଜେପି ସହିତ ତାଙ୍କର ଘନିଷ୍ଠତା ବୃଦ୍ଧି ପାଉଛି। ସେହିପରି ବିଷ୍ଣୋଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ନେତା ରାହୁଲ ଗାନ୍ଧୀଙ୍କ ସହ ଥିବା ଫଟୋକୁ ତାଙ୍କ ଟ୍ୱିଟର ପ୍ରୋଫାଇଲରୁ ହଟାଇ ଦେଇଛନ୍ତି। ସୂଚନା ଥାଉ କି ଯେ ହରିୟାଣାର ମୁଖ୍ୟ ବିରୋଧୀ ଦଳ ହୋଇଥିବା କଂଗ୍ରେସ, ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟାକୁ ଆଧାର କରି ରାଜ୍ୟସଭା ଆସନ ପାଇବାକୁ ଯୋଜନା କରିଥିଲା ।
ତେବେ ଚାରିଥର ବିଧାୟକ ତଥା ଦୁଇଥର ସାଂସଦ କୁଲଦୀପ ବିଷ୍ଣୋଇଙ୍କ କ୍ରସ ଭୋଟିଂ ପରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକନ୍ ହାରିଯାଇଥିଲେ | ଆଉ ବିଜେପିର କୃଷ୍ଣ ଲାଲ ପାନୱାର ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ହରିୟାଣାରୁ ଦୁଇଟି ରାଜ୍ୟସଭା ଆସନରେ ନିର୍ବାଚିତ ହୋଇଥିଲେ।

ad-week
Leave A Reply

Your email address will not be published.