‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡିଆ ସଂସ୍କରଣ ଉନ୍ମୋଚିତ

add-all

ଭୁବନେଶ୍ବର ୧୧।୭: ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକ ଉନ୍ମୋଚିତ । ‘ଅମିତ ଶାହ ଓ ବିଜେପିର ଯାତ୍ରା’ର ମୂଳ ଇଂରାଜୀ ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ବିବେଦୀ । ସୋମବାର ବହିର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହୋଇଛି । ଭୁବନେଶ୍ବର ସ୍ଥିତ ଘରୋଇ ହୋଟେଲରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେପି ଏବେ ରାଜ୍ୟର ଦୁଇ ନମ୍ବର ଦଳ । ଅନେକ ସମାଲୋଚକ କହୁଛନ୍ତି କେବେ ଏକ ନମ୍ବର ଦଳ ହେବ । ଏକ ନମ୍ବର ହେବା ପାଇଁ ଦଳ ପ୍ରକ୍ରିୟା ଜାରି ରଖିଛି । ରାଜ୍ୟର ଜନ କଲ୍ୟାଣ ପାଇଁ ବିଜେପିକୁ ସେବା କରିବାର ସୁଯୋଗ ମିଳିବ । ବିଜେପି ଏକ ସମୟରେ ୧୨ରୁ ୧୪ପ୍ରତିଶତ ଭୋଟ୍ ପାଉଥିଲା । ଏବେ ୩୦ରୁ ୩୮ ପ୍ରତିଶତ ଭୋଟ୍ ପାଇବାରେ ସକ୍ଷମ ହୋଇଛି । ସୌମ୍ୟରଞ୍ଜନ ଯେଉଁ ଲାଭାର୍ଥି କଥା କହୁଛନ୍ତି, ତାହା ହେଲା ଗରିବ ଲୋକଙ୍କ ପାଖରେ ଘର, ଜଳ, ପହଞ୍ଚାଇବା । କେବଳ ଶାସନକୁ ଉପଭୋଗ ନୁହେଁ, ଲୋକଙ୍କୁ ଯୋଡିବାର ମନ୍ତ୍ର ଏହି ବହିରେ ଅଛି । ୧୮୧୭ ହିଁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ ।ଏହି ଅବସରରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ସ୍ବପନ ଦାସଗୁପ୍ତା, ପୁସ୍ତକ ଲେଖକ ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ବିବେଦୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହାସହ ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସ୍ତମ୍ଭକାର ମଧ୍ୟ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.