ରାଜ୍ୟରେ ଲଘୁଚାପ ଜନିତ ବର୍ଷା: ୮ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

add-all

ଭୁବନେଶ୍ୱର: ଲଘୁଚାପ ଆଣୁଛି ବଡ଼ ବର୍ଷା। କାଲିଠୁ ବଢ଼ିବ ବର୍ଷା ପରିମାଣ। ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରୀ ଘନୀଭୂତ ହେବାର ସମ୍ଭାବନା ରହିଛି। ସେହିପରି ମୌସୁମୀ ଟ୍ରଫ୍‌ ବର୍ତ୍ତମାନ ବଲାଙ୍ଗୀର ଉପର ଦେଇ ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଗତି କରୁଛି ଏବଂ ତା’ପରେ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ସମୁଦ୍ର ପତନଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି।

ad-week
Leave A Reply

Your email address will not be published.