ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କୋଭିଡ ସଂକ୍ରମଣ ବଢୁଛି: ସ୍ବାସ୍ଥ୍ୟ ସଚିବ

add-all

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ନିଜର ମତ ରଖିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ସେ ତାଙ୍କର ମତ ରଖି କହିଛନ୍ତି କି ‘ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କୋଭିଡ ସଂକ୍ରମଣ ବଢୁଛି। ସ୍ଥିତି ନିୟନ୍ତ୍ରଣରେ ଅଛି। ରାଜ୍ୟରେ ସକ୍ରିୟ ମାମଲା ପ୍ରାୟ ୩୨୦୦ ରହିଛି। ମାତ୍ର ୧ ପ୍ରତି‌ଶତ ଲୋକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

୯୯ ପ୍ରତିଶତ ଲୋକ ପୃଥକବାସରେ ରହିଛନ୍ତି। ମାସେ ତଳେ ୧୦ ହଜାର ଟେଷ୍ଟିଂ ହେଉଥିବା ବେଳେ ଏବେ ୧୫ ହଜାର ହେଉଛି। ରବିବାର ଓ ଅନ୍ୟ ଛୁଟି ଦିନରେ ଟେଷ୍ଟିଂ କମ୍‌ ରହିବ। ଆମେ ଦିନକୁ ୨୫ ହଜାର ପର୍ଯ୍ୟନ୍ତ ଟେଷ୍ଟିଂ କରିବାର ଯୋଜନା ରଖିଛୁ।

ପୂର୍ବରୁ ଦ୍ଵିତୀୟ ଓ ତୃତୀୟ ଡୋଜ ଭିତରେ ୯ ମାସର ବ୍ୟବଧାନ ରହୁ ଥିଲା। ଏବେ ତାହା ୬ ମାସ କରାଯାଇଛି। ସରକାର ସମ୍ମୁଖ ଯୋଦ୍ଧା, ୬୦ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଟୀକା ଦେଉଛନ୍ତି। ୧୮ରୁ ୫୯ ବର୍ଷ ଲୋକଙ୍କୁ ଘରୋଇ ହସ୍ପିଟାଲରେ ନେବାକୁ ପଡ଼ିବ। ଭାରତ ସରକାର ଏ ଦିଗରେ ନିଷ୍ପତ୍ତି ନେବେ ଯେ ୧୫ରୁ ୫୯ ବର୍ଷ ଲୋକଙ୍କୁ ମାଗଣାରେ ତୃତୀୟ ଡୋଜ ଦିଆଯିବ କି ନାହିଁ। ଏହି ସପ୍ତାହରେ ଆମ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ସ୍ତରୀୟ ବୈଠକ ଅଛି। ସେଠି ଆଲୋଚନା କରିବୁ। ଦରକାର ପଡିଲେ ତୃତୀୟ ଡୋଜ ମାଗଣା ଦେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ।’

ad-week
Leave A Reply

Your email address will not be published.