ନାଳରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

add-all

ଯାଜପୁର, ୧୧/୦୭: ଯାଜପୁର ଜିଲ୍ଲା କୋରାଇ ଥାନା ଗଜେନ୍ଦ୍ରପୁର ଗ୍ରାମ ନିକଟରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସ୍ଥାନୀୟ ଅସନଝର ଗ୍ରାମର ପ୍ରଫୁଲ୍ଲ ନାୟକଙ୍କ ପୁଅ ବିଜୁ ନାୟକ ବୋଲି ଜଣାପଡିଛି। ସେ ଗତ ଶନିବାର ଠାରୁ ନିଖୋଜ ଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ ଗତ ଶନିବାର ଦିନ ବିଜୁ ସ୍ଥାନୀୟ କନ୍ତୋର ହାଟକୁ ସୌଦା କିଣିବାକୁ ଯାଇଥିଲେ। ହେଲେ ସନ୍ଧ୍ୟାରେ ଆଉ ଘରକୁ ଫେରି ନଥିଲେ। ପରିବାର ପକ୍ଷରୁ ଏନେଇ କୋରାଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ତେବେ ୨ ଦିନ ପରେ ଅର୍ଥାତ୍ ଆଜି ସକାଳୁ ସ୍ଥାନୀୟ ଗଜେନ୍ଦ୍ରପୁର ଗ୍ରାମ ନିକଟରେ ଥିବା ନାଳରେ ବିଜୁଙ୍କ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ପରେ ଏ ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇଥିଲେ। ଏନେଇ ପୋଲିସକୁ ମଧ୍ୟ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

ad-week
Leave A Reply

Your email address will not be published.