ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଦନ୍ତା ହାତୀର ମୃତ୍ୟୁ

add-all

ନିରାକାରପୁର: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ଗୋଲାବାଇ ଛକ ନିକଟରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟି କିଛି ଦିନ ହେଲା ଉକ୍ତ ଅଞ୍ଚଳକୁ ଆସି ଆତଙ୍କ ଖେଳାଉଥିଲା। ହେଲେ ରବିବାର ରାତିରେ ହାତୀଟି ଗୋଲାବାଇ ଆଡୁ ଆସି ମୁଣ୍ଡାଆମ୍ବ ମୌଜାରେ ପଶୁଥିବା ବେଳେ ଜଙ୍ଗଲ ନିକଟରେ ମୁକୁଳା ହୋଇ ପଡିଥିବା ଟ୍ରାନ୍ସଫର୍ମରେ ଲାଗି ଯାଇଥିଲା ଫଳରେ ହାତୀଟିର ମୃତ୍ୟୁ ଘଟିଛି।

ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଏକ ଜେସିବି ସାହାଯ୍ୟରେ ଉଦ୍ଧାର କରି ଏକ ହାଇଓ୍ବାରେ ବଡପୋଖରିଆ ଛକ ନିକଟରେ ଥିବା ବାଉତି ଠାକୁରାଣୀଙ୍କ ମନ୍ଦିର ନିକଟସ୍ଥ ପାହାଡ଼ ତଳେ ପୋତି ଦିଆଯାଇଛି। ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବା ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ।

ad-week
Leave A Reply

Your email address will not be published.