ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଆସୁଥିବା ବେଳେ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

add-all

ରାଉରକେଲା: ରାଉରକେଲାରୁ ଲୁଟ୍‌। ୩ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ରାଉରକେଲା ସିଭିଲ ଟାଉନସିପ୍‌ ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପଲସରରେ ଆସି ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପାଲ୍ଲୀ ଥାନା ପୋଲିସ ଲୁଟ୍‌ ଘଟଣାର ତଦନ୍ତ ଜାରି ରଖିଛି। କଣ୍ଟା ବ୍ୟବସାୟୀ ଅମିତ୍‌ ଗୁପ୍ତା କୋଣସି ଲୋକଙ୍କୁ ଟଙ୍କା ଦେବା ପାଇଁ ଆଜି ପ୍ରାୟ ସାଢ଼େ ୧୨ଟା ସମୟରେ ତାଙ୍କ କରେଣ୍ଟ ଆକାଉଣ୍ଟ୍‌ରୁ ୩ଲକ୍ଷ ୬୦ହଜାର ଟଙ୍କା ଉଠାଇ ବ୍ୟାଗ୍‌ରେ ଧରି ବାହାରିଥିଲେ ।

ଗାଡ଼ିରେ ଫେରିବା ପାଇଁ ବ୍ୟାଗ୍‌ଟିକୁ ରଖି ବାହାରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପଲସରରେ ଆସି ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.