ରାଷ୍ଟ୍ରପତି ନିର୍ବାଚନ ଲାଗି ଭୁବନେଶ୍ୱରରେ ପହଁଞ୍ଚିଲା ବାଲାଟ ବକ୍ସ

add-all

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ପହଞ୍ଚିଛି ବାଲଟ ବକ୍ସ। କେବଳ ହିମାଚଳପ୍ରଦେଶକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟକୁ ବିମାନ ଯୋଗେ ବାଲଟ ବକ୍ସ ପଠାଯାଇଛି। ଭୁବନେଶ୍ୱରରେ ମଧ୍ୟ ବିମାନ ଯୋଗେ ବାଲଟ ବକ୍ସ ଆସି ପହଞ୍ଚିଛି। କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ବିଧାନସଭା ନିଆଯାଇଛି।

କେନ୍ଦ୍ରୀୟ ନିର୍ବାଚନ ଅଧିକାରୀଙ୍କ ଟିମ୍‌ ମଧ୍ୟ ଓଡିଶାରେ ପହଞ୍ଚିଛନ୍ତି । ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ୨୧ ତାରିଖ ଦିନ ଗଣତି ହେବ। ଏଥର ନିର୍ବାଚନରେ ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି।

ad-week
Leave A Reply

Your email address will not be published.