ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ

add-all

ଭୁବନେଶ୍ବର: ପୁଣିଥରେ କରୋନା ସଂକ୍ରମଣ ବଢୁଥିବା ନେଇ ଏଥର ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହୋଇପାରିବନାହିଁ। ଅନ୍ୟପକ୍ଷେ ନିର୍ବାଚନ ହେବା ଦ୍ୱାରା ହିଂସା ଓ ଆକ୍ରମଣ ବଢ଼ିବାରେ ଲାଗିଛି। ଏଥି ପାଇଁ ବିଶ୍ଵବିଦ୍ୟାଳୟ କୁଳପତି ମାନେ ଏହା ବିରୁଦ୍ଧରେ ଅଛନ୍ତି।

ବରଂ ଯେଉଁଭଳି ପାଠପଢ଼ା ଚାଲିଛି ସେମିତି ଜାରି ରହିବ। ଅଗଷ୍ଟ ମାସରୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ।

ଜୁଲାଇ ଶେଷ ସପ୍ତାହ ସୁଦ୍ଧା ସ୍ନାତକୋତ୍ତର ସେମିଷ୍ଟର ପରୀକ୍ଷା ଶେଷ କରିବାକୁ କୁହାଯାଇଛି। କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢ଼ାରୁ ମୁକୁଳି କ୍ୟାମ୍ପସର ସ୍ଥିତି ଯେପରି ପୂର୍ବବତଃ ଜାରି ରହିବ ତାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ହୋଇଛି। ଏହାକୁ ମିଶାଇ ଲଗାତାର ୫ମ ବର୍ଷ ଲାଗି କ୍ୟାମ୍ପସରେ ନିର୍ବାଚନ ବନ୍ଦ ହେବାକୁ ଯାଉଛି।

ad-week
Leave A Reply

Your email address will not be published.