ସାନଭାଇକୁ ହାଣିଦେଲା ବଡ଼ ଭାଇ

add-all

ବ୍ରହ୍ମପୁର: ସାନ ଭାଇକୁ କଟୁରୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କରିଛି ବଡ଼ ଭାଇ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଗୁଜୁଲିଙ୍ଗୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କାର୍ତ୍ତିକ କାର୍ଜି। ପୁଲିସ ଅଭିଯୁକ୍ତ ବଡ଼ ଭାଇ ଅସିନା କାର୍ଜି ଗିରଫ କରିଛି।

ଗତକାଲି ଅସିନା ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ଅସିନା ଓ କାର୍ତ୍ତିକଙ୍କ ମଧ୍ୟରେ ମଧ୍ୟରେ ବଚସା ହୋଇଥିଲା। ପରେ ବଡ଼ ଭାଇ ଉତ୍‌କ୍ଷିପ୍ତ ହୋଇ ଘର ଏକ କଟୁରୀ ଆଣି ସାନ ଭାଇର ବେକକୁ ହାଣି ଦେଇଥିଲା। ପରେ ବଡ଼ ଭାଇ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା।

ପୁଲିସ ଆଜି ସକାଳେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ହତ୍ୟାକାଣ୍ଡର ବ୍ୟବହୃତ କଟୁରୀକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ପାରିବାରିବ କଥାକୁ ନେଇ ଅସିନ ଓ କାର୍ତ୍ତିକଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା।

ad-week
Leave A Reply

Your email address will not be published.