ତିଗିରିଆ ନୂଆପାଟଣା ରେ ମହିଳାଙ୍କୁ ଏସିଡ଼୍‌ ମାଡ଼

add-all

ତିଗିରିଆ ୧୩/୦୭ ବର୍ତ୍ତମାନ ସମୟ ରେ ଦିନକୁ ଦିନ ମହିଳା ମାନଙ୍କ ଉପରେ ବଢ଼ି ଚାଲିଛି ନିର୍ଯାତନା।ପୋଲିସର ଅନେକ ପଦକ୍ଷେପ ପରେ ବି ମହିଳାମାନେ ଆଜି ବି ଅସୁରକ୍ଷିତ । ପ୍ରତିଦିନ ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଜଣେ ମହିଳାଙ୍କୁ ହୋଇଛି ଏସିଡ୍ ମାଡ଼ ।

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଜେମାଦେଇପୁର ଗ୍ରାମରେ ଭୋର ସମୟରେ ମହିଳାଙ୍କ ଉପରକୁ ଦୁଇ ଜଣ ଯୁବକ ବାଇକ ରେ ଆସି ଏସିଡ୍ ମାଡ଼ କରିଥିବା ଜଣାପଡିଛି ।ସୂଚନା ଅନୁସାରେ ଆଜି ଭୋର୍ ସମୟରେ ମହିଳା ଜଣକ ନିଜ ଘର ସାମନାରେ ଠିଆ ହୋଇ ଥିବାବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରେ ଏସିଡ ପକାଇ ଫେରାର୍ ହୋଇଯାଇଥିବା ବେଳେ ଏସିଡ ମାଡରେ ମହିଳା ଙ୍କର ଅବସ୍ତା ଗୁରୁତର ହେବାରୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।

କିନ୍ତୁ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।ଏସିଡ୍ ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଛି ଦୁର୍ବୃତ୍ତ । ଦୀର୍ଘଦିନ ହେବ ମାନସିକ ଦୁଶ୍ଚିନ୍ତାରେ ଘରଦ୍ୱାର ଛାଡି ସେ ସ୍ବାମୀ ସ୍ତ୍ରୀ ପୁରୀରେ ରହୁଥିଲେ।କାହିଁକି ଏବଂ କିଏ ଏସିଡ ମାଡ଼ କରିଛି ପୁଲିସ ତଦନ୍ତ ଜାରି ରଖିଛି |ଟଙ୍କା ଟଙ୍କା ମହିଳାଙ୍କ ଶରୀରର ପ୍ରରାୟ ୫୦ ଭାଗ ଏସିଡ୍ ଯୋଗୁଁ ପୋଡ଼ି ଯାଇଥିବା ସୂଚନା ମିଳିଛି । କିଏ ଓ କାହିଁକି ଏସିଡ୍ ମାଡ଼ କରିଛି, ତାହା ଜାଣିବାକୁ ତିଗିରିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ad-week
Leave A Reply

Your email address will not be published.