ଭୁବନେଶ୍ୱର ରେ ଟାଙ୍ଗୀ ପୋଲିସ୍ ର ଚଢାଉ, ଦୁଇ ଗିରଫ

add-all

ଭୁବନେଶ୍ୱର: ଆଜି ଭୁବନେଶ୍ୱର ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ଚଢାଉ କରିଛି। ଚଢାଉ ସମୟରେ ଗୋଟିଏ ଚୋରା ଜୁପିଟର ସ୍କୁଟି ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଗଂଜାମ ଜିଲ୍ଲା କୋଦଳା ଥାନା ବେଲଝରି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୮ ବର୍ଷ) ଓ ନୟାଗଡ ଜିଲ୍ଲା ଚାନ୍ଦପୁର ଡୋମଣୀ ସାହିର ଜଗନ୍ କୁମାର ସାହୁ (୩୨ ବର୍ଷ) ଗିରଫ ଅଭିଯୁକ୍ତ ଦ୍ୱୟ କାଳୁପଡା ଘାଟ ଜଗା ବଳିଆ ଲଜ୍ ନିକଟରୁ ଗତ ୮ ତାରିଖ ରାତିରେ ଏକ ଜୁପିଟର ସ୍କୁଟିକୁ ଚୋରୀ କରି ନେଇଥିଲେ।

ଟାଙ୍ଗୀ ଥାନା ପୁତନା ଗ୍ରାମର ଯୁବକ ଦେବଦତ୍ତ ପଟ୍ଟନାୟକ ନିଜର ଏକ ଜୁପିଟର ସ୍କୁଟିରେ ଗତ ୮ ତାରିଖରେ ଜଣେ ସାଙ୍ଗର ବାହାଘରରେ ଯୋଗ ଦେବାକୁ କାଳୁପଡା ଘାଟ ସ୍ଥିତ ଜଗା ବଳିଆ ଲଜ୍ କୁ ଆସିଥିଲେ। ଜଗା ବଳିଆ ଲଜ୍ ସମ୍ମୁଖରେ ସ୍କୁଟିକୁ ରଖି ଦେଇ ଦେବଦତ୍ତ ବାହାଘରରେ ସାମିଲ ହୋଇଥିଲେ।

ତେବେ ଭୋଜି ଖାଇ ସାରିବା ପରେ ଲଜ୍ ନିକଟରେ ସ୍କୁଟିକୁ ନପାଇ ଏଣେ ତେଣେ ଖୋଜା ଖୋଜି କରିଥିଲେ। ଏହା ପର ଦିନ ସକାଳୁ ସକାଳୁ ଲୁଟେରା ଦ୍ୱୟ ଦେବଦତ୍ତଙ୍କ ମୋବାଇଲକୁ କଲ୍ କରି ସ୍କୁଟି ଫେରାଇ ଦେବା ପାଇଁ ୧୫ ହଜାର ଟଙ୍କା ମାଗିଥିଲେ। ଏ ନେଇ ଦେବଦତ୍ତ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମୋବାଇଲ୍ କୁ ଟ୍ରାକ୍ କରି ଲୁଟେରା ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ad-week
Leave A Reply

Your email address will not be published.