ଆଲମାରୀରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

add-all

ସାନଖେମୁଣ୍ଡି : ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ । ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ କାବୁ କରିବାରେ ହେଲା ସଫଳ । ୪ ଜଣ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ୧୮୦ କେଜି ଗଞ୍ଜେଇ ସହ ଏକ ଟାଟା ଏସିଇ ଜବତ ହୋଇଛି ।

ବୁଧବାର ବିଳମ୍ବିତ ରାତିରେ ପାଟପୁର ଥାନା ଅଧିକାରୀ ରାତିରେ କଂସାମାରିରୁ ଶବରପଲି ରାସ୍ତାରେ ଟାଟା ଏସିଇରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ। ଟାଟା ଏସିଇକୁ ଯାଞ୍ଚ କରିବା ସମୟରେ ଏକ ଆଲମାରୀରେ ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ମିଳିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଗଞ୍ଜେଇକୁ ଓଜନ କରିବା ସହ ସିଲ୍ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି । ପାଟପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.