ନର୍ମଦା ନଦୀକୁ ଖସିପଡ଼ିଲା ବସ, ୧୩ ମୃତ

add-all

ଭୋପାଲ: ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଗୋଟିଏ ଯାତ୍ରୀବାହୀ ବସ୍‌। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯାତ୍ରୀବାହୀ ବସ୍‌ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ନର୍ମଦା ନଦୀକୁ ଖସି ପଡ଼ିବାରୁ ଏଯାଏ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୧୫ ଜଣଙ୍କୁ ପାଣି ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଲୋକ ବସ୍‌ ମଧ୍ୟରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ଇନ୍ଦୋରରୁ ପୁଣେ ଯାଉଥିଲା। ବସଟି ଧାର ଜିଲ୍ଲାର ଖାଲଘାଟ ଅଞ୍ଚଳରେ ଥିବା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାର ଚକା ସ୍ଲିପ କରାଯାଇଥିଲା। ଫଳରେ ବସ୍‌ଟି ବ୍ରିଜ୍‌ରେ ଲାଗିଥିବା ଲୁହା ବାଡ଼କୁ ଧକ୍କା ଦେଇ ସିଧା ନର୍ମଦା ନଦୀ ମଧ୍ୟକୁ ଖସି ପଡ଼ିଥିଲା। ଏକାଧିକ ଡଙ୍ଗା ଦ୍ୱାରା ଉଦ୍ଧାରକାରୀ ଦଳ ବସ୍‌ ମଧ୍ୟରୁ ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏଯାଏ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ପ୍ରାୟ ୫୦ରୁ ୬୦ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଛଛି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଟ୍ୱିଟ କରି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଜିଲ୍ଲା ପ୍ରଶାସନର ଟିମ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ବସଟିକୁ ପାଣି ଭିତରୁ ବାହାର କରାଯାଇଛି। ମୁଁ ଧର ଜିଲ୍ଲାର ଖାରଗୋନ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି। ଆହତଙ୍କ ଉପଯୁକ୍ତ ଓ ତୁରନ୍ତ ଚିକିତ୍ସା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ad-week
Leave A Reply

Your email address will not be published.