ଇସ୍ତଫା ଦେଲେ ଯୋଗୀ ସରକାରଙ୍କ ମନ୍ତ୍ରୀ ଦିନେଶ ଖଟୀକ

add-all

ଲକ୍ଷ୍ନୌ: ମହାରାଷ୍ଟ୍ର ପରେ ଏବେ ଉତ୍ତରପ୍ରଦେଶରେ ଆରମ୍ଭ ହେଲାଣି ରାଜନୈତିକ କନ୍ଦଳ। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ୨ଜଣ ମନ୍ତ୍ରୀ ଅସନ୍ତୁଷ୍ଟ ଥିବା କଥା କୁହାଯାଉଥିବା ବେଳେ ଏବେ ସେମାନଙ୍କ ମଧ୍ୟରୁ ଜଣେ ଇସ୍ତଫା ଦେଇଥିବା ଜଣାପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଇସ୍ତଫା ପତ୍ର ପଠାଇ ଉତ୍ତରପ୍ରଦେଶ ରାଜ୍ୟ ଜଳଶକ୍ତି ବିଭାଗ ମନ୍ତ୍ରୀ ଦିନେଶ ଖଟୀକ ସମ୍ମାନ ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି।
ନିଜ ଇସ୍ତଫା ପତ୍ରରେ ତାଙ୍କ ପ୍ରତି ଅବହେଳା କରାଯାଇଥିବା ଏବଂ ଦଳିତ ବୋଲି ସମ୍ମାନ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଦିନେଶ ଖଟୀକ। ସୂଚନାନୁସାରେ, କେବଳ ଅମିତ ଶାହା ନୁହନ୍ତି, ଦିନେଶ ଖଟୀକ ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜଭବନକୁ ପଠାଇଥିବା ଜଣାପଡ଼ିଛି।
ଜଲଶକ୍ତି ବିଭାଗର ମନ୍ତ୍ରୀ ଦିନେଶ ଅଭିଯୋଗ କରିଛନ୍ତି ଯେ ଦଳିତ ହୋଇଥିବାରୁ ମୋ କଥା ବିଭାଗରେ କେହି ଶୁଣନ୍ତି ନାହିଁ। ଏହା ସହ ମୋତେ କୌଣସି ବୈଠକ ସମ୍ପର୍କରେ ଅବଗତ କରାଯାଏ ନାହିଁ। ମନ୍ତ୍ରୀ ହିସାବରେ କେବଳ ମୋତେ ଗାଡ଼ି ଦିଆଯାଇଛି, ହେଲେ ସମ୍ମାନ ମିଳିନାହିଁ। ମୁଁ ଟ୍ରାନ୍ସଫରକୁ ନେଇ ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ମାଗିଥିଲେ ବି ମେ‌ାତେ ଏପର୍ଯ୍ୟନ୍ତ ସୂଚନା ଦିଆଯାଇ ନାହିଁ। ପୁରା କଥା ନଶୁଣି ମୋ ଫୋନକୁ କାଟି ଦିଆଯାଇଛି। ଏସବୁ ହେବା ପରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ଲେଖିବା ସହ ନମାମି ଗଙ୍ଗେ ଯୋଜନାରେ ଦୁର୍ନୀତି ହୋଇଥିବା ସମ୍ପର୍କରେ ମନ୍ତ୍ରୀ ଦିନେଶ ଖଟୀକ ଶାହାଙ୍କୁ ଜଣାଇଛନ୍ତି।

ad-week
Leave A Reply

Your email address will not be published.