କାଶୀପୁର ଗସ୍ତ କରି ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

add-all

ରାୟଗଡ଼ା: ରାୟଗଡ଼ା ଜିଲାରେ ଭିବ୍ରିଓ କଲେରା ବ୍ୟାପି ୭ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଜିଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହାରି ମଧ୍ୟରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର ଗୁରୁବାର କାଶୀପୁର ଗସ୍ତ କରିଛନ୍ତି। ତାଙ୍କ ସହ ଦକ୍ଷିଣାଞ୍ଚଳ ଆର୍‌ଡିସି ମଧ୍ୟ ସମସ୍ତ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।

କାଶୀପୁର, ଟିକିରି ଓ ଉତ୍କଳ ଆଲୁମିନା ହସ୍ପିଟାଲକୁ ଯାଇ ରୋଗୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଝାଡ଼ାବାନ୍ତି ରୋଗ କିପରି ନ ବ୍ୟାପିବ ସେ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରିଛନ୍ତି । ସେହିପରି ଜଳ ଯୋଗାଣ ପ୍ରକଳ୍ପଗୁଡିକୁ ତୁରନ୍ତ ମରାମତି ସହ ନୂତନ ଜଳ ଯୋଗାଣ ପ୍ରକଳ୍ପ କାମସାରିବା ଲାଗି ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ, କଲେରାକୁ ପ୍ରତିହତ କରିବା ଲାଗି କାଶୀପୁର ବ୍ଲକ୍‌ର ସମସ୍ତ ପଞ୍ଚାୟତରେ ଲୋକଙ୍କୁ ସଚେତନ କରାଯାଉଛି। ଅନ୍ୟ ଲୋକମାନେ ଯେମିତି ଆକ୍ରାନ୍ତ ନ ହେବେ ଏବଂ ଚିକିତ୍ସାଧୀନ ଆକ୍ରାନ୍ତ ଯେପରି ଗୁରୁତର ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଥିବା ଜିଲାପାଳ କହିଛନ୍ତି।

ad-week
Leave A Reply

Your email address will not be published.