ଚିନି ଭାବି ୟୁରିଆ ସାର ଖାଇ ବୃଦ୍ଧାଙ୍କ ସମେତ ୩ ଶିଶୁ ଅସୁସ୍ଥ

add-all

ଦେବଗଡ: ୟୁରିଆ ସାର ଖାଇ ବୃଦ୍ଧାଙ୍କ ସମେତ ୩ ଶିଶୁ ଅସୁସ୍ଥ । ବାରକୋଟ ଥାନା ବମ୍ଫରଡା ଗାଁରେ ଅଭାବନୀୟ ଘଟଣା । ଚିନି ଭାବି ୟୁରିଆ ସାର ଖାଇଥିବା ସୂଚନା । ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ତେବେ ଚାଷ କାମରେ ସାହାଯ୍ୟ କରିବା ପାଇଁ ବମ୍ପରଡା ଗାଁର ସନ୍ତୋଷ ବେହେରାଙ୍କ ୩ ବିବାହିତ ଝିଅ ବାପ ଘରକୁ ଆସିଥିଲେ। ଆଜି ସେମାନେ ଛୁଆମାନଙ୍କୁ ତାଙ୍କ ଆଈ ଜମୁନାଙ୍କ ପାଖରେ ଛାଡ଼ି ବିଲକୁ କାମ କରିବାକୁ ଯାଇଥିଲେ।

ଏହି ସମୟରେ ୫ ବର୍ଷର ପୁଅ ପିଙ୍କୁ ବେହେରା, ୧୫ ମାସର ସୁଷମା ଗୋଚ୍ଛାୟତ ଓ ୧୩ ମାସର ଅରୁଣି ବେହେରା ଚିନି ଭାବି ଘରେ ଥିବା ବସ୍ତାରୁ ୟୁରିଆ ସାର ବାହାର କରି ଚୁଡାରେ ଗୋଳାଇ ଖାଇ ଦେଇଥିଲେ। ମାତ୍ର ପିତା ଲାଗିବାରୁ ପିଙ୍କୁ ଏକଥା ତା’ର ଆଈ ଜମୁନାଙ୍କୁ ଜଣାଇବା ସହ ବାନ୍ତି କରିଥିଲା। ନାତି ମିଛ କହୁଥିବା ଭାବି ପିଙ୍କୁ ଖାଉଥିବା ଚୁଡାକୁ ପରୀକ୍ଷା ମୂଳକ ଭାବେ ଆଈ ଖାଇଥିଲେ। ଏହା ପରେ ସେ ବାନ୍ତି କରିଥିଲେ। କିଛି ସମୟ ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ। ସମସ୍ତଙ୍କୁ ବମ୍ପରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ad-week
Leave A Reply

Your email address will not be published.