ଜାଲରେ ପଡ଼ିଲା ତେଲିଆ ମାଛ, ଦାମ ୩ଲକ୍ଷରୁ ଅଧିକ

add-all

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳ ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି ତେଲିଆ ମାଛ। ଯାହାର ଓଜନ ୩୨ କିଲୋ ହେବ। ଗତକାଲି ଏହି ମାଛଟିର ନିଲାମ ହୋଇଥିଲା। କୋଲକତାର ଏକ କମ୍ପାନୀ ୩ଲକ୍ଷ ୧୦ହଜାର ଟଙ୍କାରେ ଏହି ମାଛଟିକୁ କିଣିଥିଲା।

ଚନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟର ତାଳଛୁଆ ଅଞ୍ଚଳର ହାଫିଜ୍ ଉଲ୍ଲାଙ୍କ ମାଛଧରା ବୋଟରେ କତକାଲି ୩୨ କେଜି ଓଜନରେ ତେଲିଆ ମାଛ ପଡିଥିଲା। ଏହି ମାଛର ଚାହିଦା ଅଧିକ ରହିଥିବାରୁ ଏହାକୁ ବିଦେଶକୁ ରପ୍ତାନି କରାଯାଇଥାଏ ।

ସୂଚନାଯୋଗ୍ୟ, ଜୁନ୍ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ବାଲି ପ୍ଲଟ ମାଛ ଗଦିରେ ମତ୍ସଜୀବୀଙ୍କ ଜାଲରେ ୪ଟି ତେଲିଆ ବୋରେଇ ମାଛ ପଡ଼ିଥିଲେ। ଗୋଟିଏ ମାଛ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଅନ୍ୟ ୩ଟି ମାଛ ଦାମ୍‌ କିଲୋ ପିଛା ୪୨୦୦ ଟଙ୍କା ଦାମ୍ ହିସାବରେ ମୋଟ ୧ ଲକ୍ଷ ୬୩ ହଜାର ୮ ଶହ ଟଙ୍କାରେ ବିକ୍ରି ହୋଇଛି। ସମୁଦାୟ ୪ଟି ତେଲିଆ ବୋରେଆ ମାଛକୁ ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି କରାଯାଇଥିଲା।

ad-week
Leave A Reply

Your email address will not be published.