ମାଟି ପରେ ମହାକାଶରେ ହେବ ସୀମା, ୨୦୨୪ରେ ସ୍ପେସ୍ ଷ୍ଟେସନ ଛାଡ଼ିବ ରୁଷ

add-all

ନୂଆଦିଲ୍ଲୀ: ମାଟି ପରେ ଏବେ ଆକାଶରେ ତିଆରି ହେବ ସୀମା। ରୁଷ ଏହି ସୀମା ତିଆରି କରିବ। ଆଗକୁ ଆଉ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ କାମ କରିବନି ରୁଷ କିମ୍ବା ରୁଷର ବୈଜ୍ଞାନିକ। ୨୦୨୪ ସୁଦ୍ଧା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଛାଡ଼ିବାକୁ ଯାଉଛି ରୁଷ। ଏଭଳି ସୀମା ନିର୍ଦ୍ଧାରଣକୁ ନେଇ ଅଲୋଚନା ଆରମ୍ଭ ହୋଇଛି। ଦୁଇ ଦଶନ୍ଧିରୁ ଅଧିକ ଦିନ ଅନ୍ୟ ଦେଶଗୁଡିକ ସହ ମିଳିତ ଭୋବେ ସ୍ପେସ୍ ଷ୍ଟେସନରେ ଅନେକ ରିସର୍ଚ୍ଚ ଓ ଆବିଷ୍କାର କରିବା ପରେ ରୁଷ ଏହି ନିଷ୍ପତ୍ତି ନେଇଛି।
ରୁଷ ସ୍ପେସ୍ ଏଜେନ୍ସି ରସ୍କୋମୋସ୍ ମୁଖ୍ୟ ୟୁରୀ ବୋରିସୋଭ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦୁଇ ଆଣବିକ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଲଢ଼େଇ ଏହାର କାରଣ ହୋଇଛି। ତେଣୁ ପୂର୍ବରୁ ଚାଲି ଆସିଥିବା ସହଯୋଗ ଓ ସହମତିକୁ ଭାଙ୍ଗି ମାଟି ପରେ ଆକାଶରେ ଏଲ୍‌ଓସି ବା ସୀମା ତିଆରି କରିବାକୁ ରୁଷ ଯୋଜନା କରିଛି।
ରୁଷ-ୟୁକ୍ରେନ୍ ଯୁଦ୍ଧ ପରେ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନଙ୍କ ଭିତରେ ସୃଷ୍ଟି ହୋଇଥିବା ବିବାଦର ଏହା ପରିଣାମ ବୋଲି କୁହାଯାଉଛି। ଆମେରିକା ଓ ନାଟୋ ଦେଶ ଲଗାଇଥିବା ବିଭିନ୍ନ ପ୍ରତିବନ୍ଧକ ଏହାର କାରଣ ହୋଇଛି। ଆଗରୁ ଏନେଇ ରୁଷ ପକ୍ଷରୁ ଧମକ ମଧ୍ୟ ମିଳିଥିଲା। ଏପରିକି ପ୍ରତିବନ୍ଧକ ନ ହଟାଇଲେ ସ୍ପେସ୍ ଷ୍ଟେସନକୁ ଧକ୍କାକରି ନଷ୍ଟ କରିଦେବାକୁ ମଧ୍ୟ ମସ୍କୋ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ତେବେ ରୁଷର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ହଠାତ୍ ଓହରିବାକୁ ନିଷ୍ପତ୍ତି ନେବା ଅନେକଙ୍କୁ ଅଶ୍ଚର୍ଯ୍ୟ କରିଛି।
ଏହି ନିଷ୍ପତ୍ତି ସହ ମସ୍କୋ ନିଜସ୍ୱ ସ୍ପେସ୍ ଷ୍ଟେସନ ପ୍ରତିଷ୍ଠା ଆଡକୁ ମୁହାଁଇଛି। ଶୀତଳ ଯୁଦ୍ଧ ପୂର୍ବରୁ ରୁଷର ନେତୃତ୍ୱ ମହାକାଶରେ ପ୍ରମାଣିତ କରିଥିଲା। ମାତ୍ର ପରେ ନାସା ନିଜର ପ୍ରଥମ ମଣିଷକୁ ଚନ୍ଦ୍ରରେ ଓହ୍ଲାଇ ନିଜର ପାରଦର୍ଶିତା ପ୍ରମାଣିତ କରିଥିଲା।
ଅନ୍ୟପଟେ ବେଜିଂ ମହାକାଶରେ ନିଜର ସ୍ପେଶ ଷ୍ଟେସନ ‘ଟିଆଗଂଙ୍ଗ’ ନିର୍ମାଣ କରୁଛି। ଯାହା ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ISSକୁ ଡିଇ-ଅରବିଟ୍‌ରେ ସ୍ଥାନୀତ କରିବାକୁ ମଧ୍ୟ ଚାଇନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଯାହାକୁ ପଶ୍ଚିମ ଦେଶ ଓ ରୁଷ ସହିତ ମିଶି ଗତ ଦଶନ୍ଧି ଭିତରେ ଚାଇନା ନିର୍ମାଣ କରିଛି। ତେଣୁ ଚାଇନା ଓ ରୁଷ ମିଳିତ ଭାବେ ମହାକାଶରେ ଅଧିକ ରିସର୍ଚ୍ଚ କରିବାକୁ ଯୋଜନା ଚଳାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.