କଳିଙ୍ଗ ହସ୍ପିଟାଲରେ ଖୋଲିବ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ କେନ୍ଦ୍ର

add-all

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲରେ ମିଳିବ ବିଶ୍ୱସ୍ତରୀୟ ଅତ୍ୟାଧୁନିକ କର୍କଟ ଚିକିତ୍ସା। ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କର୍କଟ ୟୁନିଟ ଖୋଲିବାକୁ ଯାଉଛି। ଯେଉଁଠାରେ ସମସ୍ତ ପ୍ରକାର କର୍କଟ ରୋଗର ନିଦାନ ଓ ଚିକିତ୍ସା ଉପଲବ୍ଧ ହୋଇପାରିବ ବୋଲି ନୂତନ ପରିଚାଳନା ଦାୟିତ୍ୱ ନେଇଥିବା ଡାକ୍ତର ଏସ.କେ.ଦାଶ କହିଛନ୍ତି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ କହିଥିଲେ, କଳିଙ୍ଗ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ଘରୋଇ ହସ୍ପିଟାଲ। ଯାହା ଦୀର୍ଘ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଚାଲିଛି ।

କର୍କଟ ଚିକିତ୍ସା ପାଇଁ ରୋଗୀ ରାଜ୍ୟ ବାହାରେ ଯାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କଳିଙ୍ଗ ହସ୍ପିଟାଲରେ ଏକ ସ୍ୱତନ୍ତ୍ର କର୍କଟ ୟୁନିଟ ପ୍ରତିଷ୍ଠା ହେବାକୁ ଯାଉଛି। ଏଠାରେ ଗୋଟିଏ ଛାତ ତଳେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସର୍ଜରୀ, ରେଡିଓଥେରାପି ଓ କେମୋଥେରାପି ଇତ୍ୟାଦି ଚିକିତ୍ସା ଉପଲବ୍ଧ ହେବ। ହସ୍ପିଟାଲର ଏମ୍‍ଡି ଲେଫ୍ଟନାଣ୍ଟ ଜେନେରାଲ ଡାକ୍ତର ସଞ୍ଜୟ ଦର୍ଶନ ବେହେରା ରୋଗୀ ସେବା କ୍ଷେତ୍ରରେ କଳିଙ୍ଗ ହସ୍ପିଟାଲ ନେବାକୁ ଯାଉଥିବା ଯୋଜନା ସମ୍ପର୍କରେ କହିଥିଲେ। ଏହି ଅବସରରେ କଳିଙ୍ଗ ହସ୍ପିଟାଲର ବ୍ରାଣ୍ଡ ଆମ୍ବାସାଡର ତଥା ପିଆରଓ ଡ. ନାଜିୟା ଆଲମ୍‍ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.