ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ କଏଦୀ ଚମ୍ପଟ

add-all

ଚୌଦ୍ୱାର: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଜଣେ କଏଦୀ ଚମ୍ପଟ ହୋଇଯାଇଛି। ତାଙ୍କ ନାଁ ମୁକୁ ସାନ୍ତା। ବର୍ଷେ ହେଲା ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ତାର ଚିକିତ୍ସା ଚାଲିଥିଲା। ଗତକାଲି ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି। କୋରାପୁଟରେ ଏକ ହତ୍ୟା ଘଟଣାରେ ସଜା କାଟୁଥିଲା ମୁକୁ।

ବର୍ଷେ ହେଲା ତାକୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। କଏଦୀ ଚମ୍ପଟ ନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିବା ଜେଲ ସୁପରିଟେଣ୍ଡେଟ ପ୍ରଦୀପ୍ତ ବେହେରା କହିଛନ୍ତି।

ଜେଲର ବିଭେନ୍ଦୁ ଭୂୟାଁ କହିଛନ୍ତି, କଏଦୀ ମୁକୁ କ୍ୟାନସରରେ ଆକ୍ରାନ୍ତ ଥିଲା। ତାର ମାନସିକ ସ୍ଥିତି ଭଲ ନଥିଲା। ସେଅନ୍ୟ କୁଆଡ଼େ ଯାଇ ନଥିବ। ସେ କଟକରେ ଥିବା ଆମେ ସନ୍ଦେହ କରୁଛୁ।

ad-week
Leave A Reply

Your email address will not be published.