ଝାରସୁଗୁଡାକୁ ବ୍ୟାପିଲା ଝାଡାବାନ୍ତି, ବାପ-ପୁଅ ମୃତ

add-all

ଝାରସୁଗୁଡା: ଜିଲ୍ଲାନ୍ଦ ୧୩ ନମ୍ବର ୱାର୍ଡ ଦେବାଡ଼ିହି ଗାଁରେ ଝାଡା ବାନ୍ତିରେ ବାପ ପୁଅଙ୍କ ମୃତ୍ୟୁ। ଦୁଇ ଦିନ ତଳେ ଅକୁର ପ୍ରଧାନ (୪୦) ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗତକାଲି ରାତିରେ ବାପା ଶ୍ରୀପ୍ରସାଦ ପ୍ରଧାନ (୬୫)ଙ୍କ ମୃତ୍ୟୁ ଘଟିଛି। ପୁଅର ଅନ୍ତ୍ୟେଷ୍ଟି ସାରିବା ପରେ ଶ୍ରୀପ୍ରସାଦ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।

ଦୁଇ ଦିନରେ ଗୋଟିଏ ପରିବାରର ଦୁଇ ଜଣଙ୍କ ଜୀବନ ଯିବା ପରେ ଗାଁରେ ହଇଜାକୁ ନେଇ ଲୋକେ ଏକ ପ୍ରକାର ଭୟଭୀତ ହୋଇପଡିଛନ୍ତି । ଯେଉଁ ଗାଁରେ ହଇଜା ବ୍ୟାପିଛି ସେଠାରେ ଏଯାବତ କୌଣସି ମେଡିକାଲ ଟିମ୍ ପହଞ୍ଚି ନଥିବା ଜଣାପଡ଼ିଛି।

ଦେବାଢିହିଁ ଗାଁର ୮ ରୁ ୧୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକତ୍ସା୍ଳୟରେ ଚିକିତ୍ସିତ ହେଉଥିବା ବେଳେ ଅନେକ ହଇଜା ଆକ୍ରାନ୍ତ ଏବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ବେଳେ କିଛି ଅର୍ଥ ଅଭାବରୁ ଘରେ ରହି ଚିକିତ୍ସିତ ହେଉଛନ୍ତି । ଗାଁରେ ଗୋଟିଏ ବି ପାଇଖାନା ନ ଥିବାରୁ ସମସ୍ତେ ପାଖ ପଡିଆକୁ ଶୌଚ ପାଇଁ ଯାଉଥିବା ବୋଲି କହିଛନ୍ତି ଗ୍ରାମବାସୀ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଅବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ad-week
Leave A Reply

Your email address will not be published.